ବାଇକରୁ ପଡ଼ିଗଲେ ମହିଳା; ପଛରୁ ଦ୍ରୁତଗତିରୁ ଆସୁଥିବା ବସ ମୁଣ୍ଡ ଉପରେ ଚଢ଼ିଗଲା

ମୁମ୍ବାଇ: ମୃତ୍ୟୁ କେମିତି କେତେବେଳେ ଆସିବ, ତାହା କହିହେବ ନାହିଁ। ମୁମ୍ବାଇର ଜଣେ ୪୦ ବର୍ଷୀୟା ମହିଳା ଯେପରି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଲେ ତାହା ସତରେ ମର୍ମନ୍ତୁଦ। ମହିଳା ଜଣକ ଏକ ବାଇକ୍‌ରେ ବସି ଯାଉଥିଲେ। ବର୍ଷା ଚାଲିଥିବା ହେତୁ ବାଇକ୍‌ ଚାଳକଙ୍କୁ ରାସ୍ତାରେ ଥିବା ଏକ ପାଥ୍‌ହୋଲ୍‌ ଦେଖାଯାଇ ନଥିଲା। ପାଥ୍‌ ହୋଲ୍‌କୁ କାଟି ଯିବା ସମୟରେ ମଟର ସାଇକେଲ୍‌ ସ୍ଲିପ୍‌ କରିଥିଲା। ଚାଳକ ଓ ମହିଳା ମଧ୍ୟ ଛିଟିକି ପଡ଼ିଥିଲେ ରାସ୍ତା ଉପରେ । ଦୁର୍ଯୋଗକୁ ପଛପଟୁ ଅତି ବେଗରେ ଆସୁଥିବା ଏକ ଯାତ୍ରୀବାହୀ ବସ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ମହିଳାଙ୍କ ମୁଣ୍ଡ ଉପରେ ବସର ପଛଚକା ଚଢ଼ିଯିବା ଫଳରେ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘଟଣାସ୍ଥଳରୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଯିବାରୁ ସେ ମୃତ ଅବସ୍ଥାରେ ଆସିଥିବା ଜଣାପଡ଼ିଥିଲା।

toi

ଏହି ଦୁର୍ଘଟଣାଟି ଶନିବାର ସଂଧ୍ୟାରେ ମୁମ୍ବାଇର ଶିବାଜୀ ଚୌକ ଅଞ୍ଚଳରେ ଘଟିଥିଲା। ସେଠାରେ ଥିବା ଏକ ସିସିଟିଭି କ୍ୟାମେରାରେ ଦୁର୍ଘଟଣାର ସମସ୍ତ ଦୃଶ୍ୟ କଏଦ୍‌ ହୋଇଥିଲା। ମୃତ୍ୟୁମୁଖରେ ପଡ଼ିଥିବା ମହିଳା ହେଉଛନ୍ତି ମନୀଷା ଭୋଏର୍‌। ସେ ଏକ ସ୍କୁଲ୍‌ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ମନୀଷା ଭୋଏର ସ୍କୁଲ୍‌ରୁ ତାଙ୍କର ଜଣେ ସଂପର୍କୀୟଙ୍କ ସହ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସୋମବାର ଏହି ସିସିଟିଭି କ୍ୟାମେରାର ଫୁଟେଜ୍‌ ମିଳିବା ପରେ ସୋସିଆଲ୍‌ ମିଡ଼ିଆରେ ମଧ୍ୟ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର