୨୦୧୫ ମସିହା ପରେ ମୁମ୍ବାଇରେ ଦ୍ବିତୀୟ ସର୍ବାଧିକ ୨୪ଘଣ୍ଟିଆ ବର୍ଷା ରେକର୍ଡ

ମୁମ୍ବାଇ: ୨୦୧୫ ମସିହା ପରେ ମୁମ୍ବାଇରେ ଦ୍ବିତୀୟ ସର୍ବାଧିକ ୨୪ ଘଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ଗତରାତିରୁ ଆଜି ସକାଳ ୮: ୩୦ଯାଏଁ ମୁମ୍ବାଇରେ ମଧ୍ୟମରୁ ପ୍ରବଳ ହୋଇ ଅନର୍ଗଳ ବର୍ଷା ଢାଳୁଛି। ଜୁଲାଇ ମାସର ଏହି ୧୬ ଦିନରେ ମୁମ୍ବାଇରେ ୧, ୦୨୪ ମିଲିମିଟର୍ ବର୍ଷା ହୋଇଯାଇଛି। ଏହି ପରିମାଣ ହେଉଛି ମାସିକ ହାରାହାରି ବୃଷ୍ଟିପାତର ୧୨୨%।

ମୁମ୍ବାଇ ଓ ଏହାର ଉପନଗରୀ ପାଇଁ ଥିବା ସାନ୍ତାକ୍ରୁଜ୍ ପାଣିପାଗ ଅବର୍ଜର୍‌ଭେଟରି ବୁଧବାର ସକାଳ ୮:୩୦ରୁ ଗୁରୁବାର ସକାଳ ୮:୩୦ ମଧ୍ୟରେ ୧୯୧.୨ ମିଲିମିଟର୍ ବର୍ଷା ରେକର୍ଡ କରିଛି। ସେହିପରି ଦକ୍ଷିଣ ମୁମ୍ବାଇରେ ଥିବା କୋଲାବା ପାଣିପାଗ ଷ୍ଟେସନ୍ ବୁଧବାର ସକାଳ ୮:୩୦ରୁ ଗୁରୁବାର ସକାଳ ୮:୩୦ ମଧ୍ୟରେ ୧୫୬.୪ ମିଲିମିଟର୍ ବର୍ଷା ରେକର୍ଡ କରିଛି।

Image Courtesy of The Times of India

୨୦୧୯ ଜୁଲାଇ ୩ ତାରିଖରେ ମୁମ୍ବାଇରେ ସର୍ବାଧିକ ୩୭୫. ୨ ମିଲିମିଟର୍ ୨୪ଘଣ୍ଟିଆ ବର୍ଷା ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ୨୦୧୪ ଜୁଲାଇ ୩ ତାରିଖରେ ୨୦୭.୨ ମିଲିମିଟର୍ ଓ ୨୦୧୩ ଜୁଲାଇ ୨୪ ତାରିଖରେ ୨୧୫.୬ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଥିଲା।

ଜୁନ୍‌ ୧ରୁ ଜୁଲାଇ ୧୬ ତାରିଖ ମଧ୍ୟରେ ମୁମ୍ବାଇରେ  ବର୍ଷାଋତୁରେ ବର୍ଷାଋତୁରେ ହେଉଥିବା ବର୍ଷାର ୬୩% ବର୍ଷା ହୋଇସାରିଲାଣି।

 

 

ସମ୍ବନ୍ଧିତ ଖବର