ଦକ୍ଷିଣ ଆମେରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଆରୋହଣ କଲେ ମୁମ୍ବାଇର ସ୍କୁଲ୍‌ ବାଳିକା

ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ ‘ନେଭି ଚିଲ୍‌ଡ୍ରେନ୍‌ ସ୍କୁଲ୍‌’ରେ ୭ମ ଶ୍ରେଣୀରେ ପଢୁଥିବା କାମିୟା କାର୍ତ୍ତିକେୟନ୍‌ ନାମକ ଜଣେ ବାଳିକା ଦକ୍ଷିଣ ଆମେରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ‘ମାଉଣ୍ଟ୍‌ ଆକନକାଗୁଆ’ ଆରୋହଣ କରିଛନ୍ତି। ଏହି ଶୃଙ୍ଗ ଆରୋହଣ କରିବାରେ ସେ ବିଶ୍ୱର ସର୍ବ କନିଷ୍ଠ ବାଳିକା ବୋଲି ରବିବାର ଦିନ ନୌସେନା ଅଧକାରୀମାନେ କହିଛନ୍ତି।

ଏସିଆ ମହାଦେଶ ବାହାରେ ୬୯୬୨ ମିଟର୍‌ ଉଚ୍ଚତାବିଶିଷ୍ଟ ‘ମାଉଣ୍ଟ୍‌ ଆକନକାଗୁଆ’ ହେଉଛି ସର୍ବବୃତ୍‌ ପର୍ବତ ଶୃଙ୍ଗ।

ଫେବ୍ରୁଆରି ୧ ତାରିଖ ଦିନ କାମିୟା କାର୍ତ୍ତିକେୟନ୍‌ ସେ ପର୍ବତ ଶୃଙ୍ଗର ଶିଖରରେ ପହଞ୍ଚି ଭାରତର ଜାତୀୟ ପତାକା ଉଡ଼ାଇ ଥିବା କଥା ସେମାନେ କହିଛନ୍ତି।

Image Source: JK Newspoint

ନୌସେନା ଅଧିକାରୀମାନେ କହିଛନ୍ତି ଯେ ବର୍ଷ ବର୍ଷ ଧରି ଶାରୀରିକ ଓ ମାନସିକ ପ୍ରସ୍ତୁତି ଏବଂ ଆଡ୍‌ଭେଞ୍ଚର୍‌ ସ୍ପୋର୍ଟସ୍‌ରେ ନିୟମିତ ଅଂଶ ଗ୍ରହଣ କରିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି।

ଏହି ବିରଳ କୃତିତ୍ୱ ହାସଲ କରିବାକୁ ସେ ବାଳିକାଟିକୁ ଅନେକ ପ୍ରଶାସନିକ ବାଧାବିଘ୍ନ ଏବଂ ଆରୋହଣକାଳୀନ ପ୍ରତିକୂଳ ପରିସ୍ଥିତର ସମ୍ମୁଖୀନ ହେବାକୁ ପଡ଼ିଛି

ସମ୍ବନ୍ଧିତ ଖବର