ମୁମ୍ବାଇ: ଦ୍ରୁତ ଗତି ନେଇଗଲା ଜୀବନ। ପାର୍ଟି ଶେଷ କରିବା ପରେ ୫ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଜଣାନଥିଲା ଅଧାବାଟରେ ୨ଜଣଙ୍କ ଜୀବନ ଚାଲିଯିବ। ମଧ୍ୟରାତ୍ରିରେ ଗାଡ଼ିର ବେଗ ଅଧିକ ଥିବାରୁ ୫ଜଣ ସାଙ୍ଗ ଯାତ୍ରା କରୁଥିବା କାରଟି ଯାଇ ଏକ ଗଛରେ ପିଟି ହୋଇଥିଲା। ଏହା ଫଳରେ ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡ଼ି ପୂରା ଭାଙ୍ଗି ଚୁରମାର ହୋଇଥିବା ଭାଇରାଲ ଫଟୋରେ ଦେଖିବାକୁ ମିଳିଛି।
ମୁମ୍ବାଇର ଦାଦରରେ ଏହି ଘଟଣା ଘଟିଥିବା ବେଳେ ମୃତକ ୨ଜଣ ସୁନୀଲ ଦତ୍ତାବାଣୀ ଓ ସତୀଶ ଯାଦବ ବୋଲି ଚିହ୍ନଟ କରାଯାଇଛି। ଏହା ସହ ଆହତମାନେ ହେଲେ କେଭିନ ଧନରାଜ ପିଲ୍ଲାଇ, ସାଦ ଅନସାରୀ ଏବଂ ସୁଦର୍ଶନ। ପୁଲିସ ଦେଇଥିବା ସୂଚନା ମୁତାବକ, ସୁନୀଲ, ସତୀଶ, କେଭିନ, ସାଦ୍ ଓ ସୁଦର୍ଶନ ଏକ ଏସୟୁଭିରେ ପାର୍ଟି ଶେଷ କରି ଘରକୁ ଫେରୁଥିଲେ। ଏହି ସମୟରେ ଗାଡ଼ି ଚଳାଉଥିଲେ ସୁଦର୍ଶନ। କିଛି ବାଟ ଆସିବା ପରେ ରାସ୍ତା ଫାଙ୍କା ଥିବାରୁ ସୁଦର୍ଶନ ଗାଡ଼ିର ବେଗ ବଢ଼ାଇଥିଲେ। ହେଲେ ପରେ ସେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ନେଇ କାରକୁ ପିଟି ଦେଇଥିଲେ। କାରର ବେଗ ଅଧିକ ଥିବାରୁ ଭିତରେ ଥିବା ୫ଜଣଙ୍କୁ ଖୁବ ଜୋରରେ ଧକ୍କା ଲାଗିଥିଲା। ରାତି ଅଧିକ ଥିବାରୁ ପୁଲିସ ଓ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ଏହି କାରଣରୁ ସୁନୀଲ ଓ ସତୀଶଙ୍କ ମୃତ୍ୟୁ ହୋଇଯାଇଥିଲା। ଏବେ କେଭିନ, ସାଦ୍ ଓ ସୁଦର୍ଶନଙ୍କ ଚିକିତ୍ସା ଚାଲିଥିବା ବେଳେ ଗାଡ଼ି ଚଳାଉଥିବାରୁ ସୁଦର୍ଶନଙ୍କ ବିରୋଧରେ ଏତଲା ଦାଖଲ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/t-47.jpg)