ମୁମ୍ବାଇ: ମୁମ୍ବାଇରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଲଗାତାର ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ସହରର ଅନେକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି। ବର୍ଷାରେ ଦେଶର ଆର୍ଥିକ ରାଜଧାନୀ ଉବୁଟୁବୁ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମୁମ୍ବାଇ ଏବଂ ପଡ଼ୋଶୀ ଥାଣେ, ରାୟଗଡ଼ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ବିଏମ୍ସି ସୋମବାର ଦିନ ସମସ୍ତ ସ୍କୁଲ୍ ଏବଂ କଲେଜ ଛୁଟି ଘୋଷଣା କରିଛି। ରତ୍ନଗିରି ଜିଲ୍ଲା ପାଇଁ ମଧ୍ୟ ରେଡ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ ଟ୍ରେନ୍ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୯ଟି ବିମାନର ଅବତରଣରେ ସମସ୍ୟା ଉପୁଜିଥିବା ଜଣାପଡ଼ିଛି। ଭିଲେ ପାର୍ଲେର ପଶ୍ଚିମ ଏକ୍ସପ୍ରେସ୍ୱେରେ ଟ୍ରାଫିକ ଜାମ୍ ସମସ୍ୟା ଉପୁଜିଛି। ମୁମ୍ବାଇଠାରୁ ୬୦୦ କିମି ଦୂର ନାଣ୍ଡେଡ୍ରେ ୫ ଜଣ ଲୋକ ବର୍ଷା ଜଳରେ ଭାସି ଯାଇ ନିଖୋଜ ଅଛନ୍ତି। କୋହ୍ଲାପୁରରେ ପଞ୍ଚଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ମୁମ୍ବାଇ ସୋମବାର ୬-୮ ଘଣ୍ଟା ମଧ୍ୟରେ ୧୭୭ ମିମି ବର୍ଷାଜଳ ଗ୍ରହଣ କରିଛି। ନାଗରିକମାନେ ସତର୍କ ରହିବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗ୍ରେଟର ମୁମ୍ବାଇ ପୁଲିସ ମୁଖ୍ୟ ଲୋକମାନଙ୍କୁ ଆବଶ୍ୟକ ନଥିଲେ ବାହାରକୁ ଯାତ୍ରା ନକରିବା ପାଇଁ କହିଛନ୍ତି। ବର୍ଷା ଯୋଗୁ ମୁମ୍ବାଇର ଚେମ୍ବୁର ସର୍ବାଧିକ ପ୍ରଭାବିତ ହୋଇଛି। ଚେମ୍ବୁରରେ ସର୍ବାଧିକ ୧୧୭ ମିମି ବର୍ଷା ହୋଇଥିବାବେଳେ ବିଖରୋଲିରେ ୧୦୩ ମିମି, ଜୁହୁରେ ୯୬.୫ ମିମି ବର୍ଷା ଜଳ ରେକର୍ଡ କରାଯାଇଛି। ମୁମ୍ବାଇରେ ଆସନ୍ତା କିଛି ଦିନ ପାଇଁ ‘ଉଚ୍ଚ ଜୁଆର’ ନେଇ ସତର୍କ ସୂଚନା ଜାରି ହୋଇଛି। ଅଗଷ୍ଟ ୧୮ରୁ ୨୧ ତାରିଖ ମଧ୍ୟରେ ୧୫-୧୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରବଳ ବର୍ଷା ପାଇଁ ନାଣ୍ଡେଡ଼ରେ ୨୦୦ରୁ ଅଧିକ ଫସି ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା ମୁତୟନ ହୋଇଛନ୍ତି।
ବର୍ଷାରେ ମୁମ୍ବାଇ ଉବୁଟୁବୁ
ମୁମ୍ବାଇରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଲଗାତାର ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ସହରର ଅନେକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ସୃଷ୍ଟି ହୋଇଛି। ବର୍ଷାରେ ଦେଶର ଆର୍ଥିକ ରାଜଧାନୀ ଉବୁଟୁବୁ ହୋଇଛି।
/sambad/media/media_files/2025/08/19/untitled-9-2025-08-19-05-11-48.jpg)