ଦୁଇବର୍ଷ ପୂର୍ବରୁ ସୀମାରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀ ଲେପ୍ଟଟାଣ୍ଟ ବନି ସ୍ୱାମୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ମୁମ୍ବାଇ: ମୁମ୍ବାଇ ଭିବାରରେ ବସବାସ କରୁଥିବା ଗୋରି ମହାଦିକଙ୍କ ସ୍ୱାମୀ ସେନାରେ ଥିଲେ। ଦୁଇବର୍ଷ ପୂର୍ବେ ସୀମାରେ ସେ ସହିଦ ହୋଇଯାଇଥିଲେ। ସ୍ୱାମୀ ସହିଦ୍‌ ହେବା ପରେ ଗୌରୀ ଏବେ ଲେପ୍ଟଟାଣ୍ଟ ବନି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗୌରୀ ଟ୍ରେନିଂ ପୂରା କରିବା ପରେ ଆଗାମୀ ବର୍ଷ ସେନାରେ ସାମିଲ ହେବେ।

୨୦୧୭ ଡିସେମ୍ବରରେ ଅରୁଣାଚଳ ପ୍ରଦେଶରେ ତଓ୍ଵାଙ୍ଗରେ ଭାରତ-ଚୀନ ଉପରେ ତାଙ୍କର ପିତା ଓ ମେଜର ପ୍ରସାଦ ମହାଦିକ ଅସ୍ଥାଇ ଚୌକିରେ ଥିଲେ। ଏହି ସମୟରେ ଗୁଳିବିନିମୟ ହୋଇଥିଲେ, ଏଥିରେ ପ୍ରସାଦ ଦେଶ ପାଇଁ ସହିଦ ହୋଇଯାଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ୩୨ବର୍ଷୀୟ ଗୌରୀ ଚେନ୍ନାଇସ୍ଥିତ ଅଫିସର୍ସ ଟେନିଂ ଏକାଡେମୀ (ଓଟିଏ)ରେ ଟ୍ରେନିଂ ନେବେ। ଗୌରୀଙ୍କ କହିବାନୁସାରେ, ମୋତେ ସହିଦ୍‌ଙ୍କ ବିଧବା ରୂପରେ ନନ୍‌-ଟେକ୍‌ନିକାଲ ଶ୍ରେଣୀ ଜରିଆରେ ଲେପ୍ଟଟାଣ୍ଟ ଜରିଆରେ ନିଯୁକ୍ତି ମିଳିବ। ଦେଶର ରକ୍ଷା କରୁଥିବା ସମୟରେ ସହିଦ୍‌ ହୋଇଥିବା ଯବାନଙ୍କ ବିଧବା ପତ୍ନୀଙ୍କ ପାଇଁ ଏସ୍‌ଏସ୍‌ବି ପରୀକ୍ଷା ହୋଇଥିଲା। ଏଥିରେ ବେଙ୍ଗାଲୁରୁ, ଭୋପାଳ ଓ ଆଲହାବାଦର ତିନିଟି କେନ୍ଦ୍ରରେ ପାଖାପାଖି ୧୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର