ମୁମ୍ବାଇ: ଅନ୍‌ଲାଇନ୍‌ରେ ପିଜ୍ଜା ଏବଂ ଡ୍ରାଏ ଫ୍ରୁଟ୍‌ (ଶୁଷ୍କଫଳ) ବରାଦ ଦେବା ବେଳେ ହରାଇଥିବା ଟଙ୍କା ଉଦ୍ଧାର କରିବାକୁ ଉଦ୍ୟମ କରି ଜଣେ ବୟୋଜ୍ୟେଷ୍ଠା ମହିଳା ସାଇବର୍‌ ଠକଙ୍କ ହାବୁଡ଼ରେ ପଡ଼ି ୧୧ ଲକ୍ଷ ଟଙ୍କା ଠକି ଯାଇଛନ୍ତି ବୋଲି ଶନିବାର ଦିନ ପୁଲିସ କହିଛି।

Advertisment

ଅଳ୍ପଦିନ ତଳେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିବା ଲାଗି ମହିଳାଜଣକ ‘ବିକେସି ସାଇବର୍‌’ ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଆନ୍ଧେରି ଉପନଗରୀବାସିନୀ ଉକ୍ତ ମହିଳାଙ୍କ ଅଭିଯୋଗ ଅନୁସାରେ, ଗତବର୍ଷ ଜୁଲାଇ ମାସରେ ସେ ଅନ୍‌ଲାଇନ୍‌ରେ ପିଜ୍ଜା ବରାଦ ଦେଇଥିଲେ। ଏବଂ ସେଥିପାଇଁ ଫୋନ୍‌ ମାଧ୍ୟମରେ ଟଙ୍କା ପୈଠ କରିବା ବେଳେ ୯,୯୯୯/- ହରାଇଥିଲେ।

publive-image Image Courtesy of Deccan Herald

ସେହିପରି, ଅକ୍ଟୋବର ୨୯ ତାରିଖ ଦିନ ଅନ୍‌ଲାଇନ୍‌ରେ କିଛି ‘ଡ୍ରାଏ ଫ୍ରୁଟ୍‌’ ବରାଦ ଦେବା ବେଳେ ସେ ମଧ୍ୟ ୧,୪୯୬ ଟଙ୍କା ହରାଇଥିଲେ ବୋଲି ଉକ୍ତ ସରକାରୀ ଅଧିକାରୀଜଣକ କହିଛନ୍ତି।

ଉଭୟ ଜିନିଷ ବରାଦ ଦେବା ବେଳେ ହରାଇଥିବା ଟଙ୍କା ଫେରି ପାଇବା ଆଶାରେ ସେ ‘ଗୁଗଲ୍‌’ରେ ସର୍ଚ କରି ପାଇଥିବା ଏକ ଫୋନ୍‌ ନମ୍ବର ସହ ଯୋଗାଯୋଗ କଲେ। ଟଙ୍କା ନିଶ୍ଚୟ ଫେରି ପାଇବେ ବୋଲି  ତାଙ୍କ କଲ୍‌ ରିସିଭ୍‌ କରିଥିବା ଜଣେ ଠକ ଭରସା ଦେଇ କହିବା ସହ ଫୋନ୍‌ରେ ଗୋଟାଏ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥି‌ଲା। ମହିଳାଜଣକ ସେମତି କରିବାଦ୍ବାରା ଠକ ତାଙ୍କ ଫୋନ୍‌ ଆକ୍ସେସ୍‌ କରି ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବିବରଣୀ ଏବଂ ପାସ୍‌ୱାର୍ଡ ପାଇଯାଇଥିଲେ।

ତାହାକୁ ଆଧାର କରି ସେ ୨୦୨୧ ନଭେମ୍ବର ୧୪ ରୁ ଡିସେମ୍ବର୧ ମଧ୍ୟରେ ମହିଳାଙ୍କ ଆକାଉଣ୍ଟ୍‌ରୁ ୧୧.୭୮ ଲକ୍ଷ ଟଙ୍କା ଉଠାଇ ନେଇଥିଲେ।