ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହେବାରୁ ଝିଅ ପିଠିରେ ପେନସିଲ ଭୁସିଦେଲା ମା’ !

ମୁମ୍ବାଇ: ମୁମ୍ବାଇରେ ସାମାନ୍ୟ କାରଣ ପାଇଁ ଜଣେ ମା’ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଝିଅ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହେବାରୁ ପେନସିଲ ଭୁସିବା ସହ ଜଣେ ମା’ ନିଜ ଝିଅକୁ କାମୁଡି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି | ଅନ୍ୟ ପକ୍ଷରେ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି |

ସୂଚନା ମୁତାବକ, ବୁଧବାର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ମହିଳାଙ୍କ ଝିଅ ଅନଲାଇନ୍ କ୍ଲାସ କରୁଥିଲେ | ଏହି ସମୟରେ ଶିକ୍ଷକ ଏକ ପ୍ରଶ୍ନ ପଚାରିବାରୁ ଉତ୍ତର ଦେଇ ପାରି ନଥିଲେ ପୀଡ଼ିତା | ଏଥିରେ ରାଗିଯାଇ ଅଭିଯୁକ୍ତ ମହିଳା ପାଖରେ ପଡ଼ିଥିବା ପେନସିଲ ଆଣି ପୀଡ଼ିତାଙ୍କୁ ପଛପଟୁ ଭୁସି ଦେଇଥିଲେ ଏବଂ ଅତ୍ୟନ୍ତ ଅମାନୁଷିକ ଭାବେ ତାଙ୍କୁ କାମୁଡ଼ି ପକାଇଥିଲେ | ଏହା ଦେଖି ପୀଡ଼ିତାଙ୍କ ସାନ ଭଉଣୀ ଶିଶୁ ହେଲ୍ପଲାଇନ ନମ୍ବର ୧୦୯୮କୁ ଫୋନ କରି ପୂରା ଘଟଣା ବିଷୟରେ ଜଣାଇଥିଲେ |

Daughter Harassed, Father Stabbed, While Onlookers Made Videos
SheThePeople.TV

ଖବର ପାଇ ଏକ ଏନଜିଓର ଦୁଇଜଣ ପ୍ରତିନିଧି ପୀଡ଼ିତାଙ୍କ ଘରେ ପହଞ୍ଚି ଅଭିଯୁକ୍ତ ମହିଳାଙ୍କୁ ଘଟଣା ବିଷୟରେ ପଚାରିଥିଲେ | ଏହା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି |

ସମ୍ବନ୍ଧିତ ଖବର