ନୂଆଦିଲ୍ଲୀ: ମୁମ୍ବାଇର ବର୍ଲି ଅଞ୍ଚଳସ୍ଥ ଏଟ୍ରିୟା ମଲ ନିକଟରେ ରବିବାର ସକାଳେ ହିଟ ଆଣ୍ଡ ରନର ଏକ ମାମଲା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ସ୍କୁଟିକୁ ଧକ୍କା ଦେଇଥିବା ବିଏମଡବ୍ଲ୍ୟୁ କାରକୁ ମିହିର ଶାହ ନାମକ ଜଣେ ଯୁବକ ଚଲାଉଥିଲେ। ମିହିରଙ୍କ ବାପା ରାଜେଶ ଶାହ ପାଲଘର ଜିଲ୍ଲାରେ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଥିବା ଶିବସେନାର ପଦାଧିକାରୀ ଅଛନ୍ତି। ମିହିରଙ୍କ ପାଖ ସିଟରେ ଜଣେ ବ୍ୟକ୍ତି ବସିଥିଲେ। ଯିଏକି  ତାଙ୍କ ଗାଡ଼ି ଚାଳକ ଥିବା ସନ୍ଦେହ କରାଯାଉଛି।

ଏହି ଦୁର୍ଘଟଣା ଘଟାଇବା ପରେ ମହିରି ଫେରାର ହୋଇଯାଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରି ରାଜେଶ ଶାହଙ୍କୁ ଗିରଫ କରିଛି। କାରଣ ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲ୍ୟୁ କାର ତାଙ୍କ ନାମରେ ପଞ୍ଜୀକୃତି ରହିଛି।

ଶିବସେନା ନେତା ରାଜେଶ ଶାହଙ୍କ ପୁଅ ମିହିର ଦ୍ରୁତଗତିରେ ଏହି ବିଏମଡବ୍ଲ୍ୟୁ ଗାଡ଼ିକୁ ଚଲାଉଥିଲା। ଏହି ସମୟରେ ସ୍କୁଟିରେ ମାଛବୋଝେଇ କରି ଦମ୍ପତି ପ୍ରଦୀପ ଓ କାବେରୀ ବିକ୍ରି ପାଇଁ ଯାଉଥିବା ବେଳେ ମିହିର ସେମାନଙ୍କ ସ୍କୁଟିକୁ ପଛରୁ ଧକ୍କ ଦେଇଥିଲେ। ଆଉ ୧୦୦ ମିଟିର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପ୍ରଦୀପ ସ୍କୁଟିରୁ ଝିଟିକି ପଡ଼ିଥିବା ବେଳେ ମହିର ସ୍କୁଟି ସହିତ ମହିଳାଙ୍କୁ ଟାଣି ନେଇଥିଲେ। ୧୦୦ମିଟର ଦୂରରେ ଯାଇ କାବେରୀ ପଡ଼ିବା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।