ମହାରାଷ୍ଟ୍ର ସରକାରଙ୍କ ଉପକୂଳବର୍ତ୍ତୀ ସଡ଼କ ପରିଯୋଜନାର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କଲେ ମୁମ୍ବାଇବାସୀ, ରାସ୍ତା ହେଲେ ମତ୍ସ୍ୟଜୀବୀ ପ୍ରଭାବିତ ହେବେ

ମୁମ୍ବାଇ: ଉପକୂଳବର୍ତ୍ତୀ ସଡ଼କ ପରିଯୋଜକୁ ବିରୋଧ କରି ରବିବାର ମୁମ୍ବାଇବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୨୯.୨ କିଲୋମିଟରର ଉପକୂଳବର୍ତ୍ତୀ ରାସ୍ତା ମୁମ୍ବାଇର ପଶ୍ଚିମ ଉପକୂଳର କନ୍ଦିବଲି ଏବଂ ମେରାଇନ୍‌ ଲାଇନ୍‌କୁ ଯୋଡ଼ିବ। ବିକ୍ଷୋଭକାରୀମାନେ ବ୍ରିଚ୍‌ କ୍ୟାଣ୍ଡିର ଟାଟା ଗାର୍ଡେନରେ ଏକତ୍ର ହୋଇ ଏହି ପରିଯୋଜନାକୁ ବିରୋଧ କରିଛନ୍ତି। ଏହି ରାସ୍ତା ନିର୍ମାଣ ହେଲେ ମତ୍ସ୍ୟଜୀବୀମାନେ ବିଶେଷ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ ଆଣି କହିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିକ୍ଷୋଭକାରୀମାନଙ୍କ ବିରୋଧ ପ୍ରଦର୍ଶନ ଉପରେ ପୁଲିସ୍‌ ହସ୍ତକ୍ଷେପ କରି ସେମାନଙ୍କ ବିରୋଧରେ ଧାରା ୧୪୪ ଲଗାଇବାର ଧମକ ଦେଇଛି। ପୂର୍ବରୁ ବମ୍ବେ ହାଇକୋର୍ଟ ଉପକୂଳବର୍ତ୍ତୀ ସଡ଼କ ପରିଯୋଜନା ଉପରେ ରୋକ ଲଗାଇବା ପାଇଁ ଅନ୍ତରୀମ ଆଦେଶ ପାରିତ କରିବାକୁ ମନା କରି ଦେଇଥିଲେ।

ଭିକ୍ଷୋଭକାରୀମାନେ ଅଭିଯୋଗ ଆଣି କହିଛନ୍ତି ଯେ ଏହି ସଡ଼କ ନିର୍ମାଣ ସକାଶେ ରାଜ୍ୟ କର୍ତ୍ତୃପକ୍ଷମାନେ ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଜାଲ ଓ ଅନ୍ୟ ସାମଗ୍ରୀ ଧରି ସେ ସ୍ଥାନ ଛାଡ଼ି ପଳାଇବାକୁ କହିଛନ୍ତି।ଏହି ପ୍ରକଳ୍ପ ଅନେକ ମାଛ ଧରାଳୀଙ୍କ ଜୀବିକା ନିର୍ବାହ ଉପରେ ପ୍ରଭାବ ପକାଇବ।

ସମ୍ବନ୍ଧିତ ଖବର