ମୁମ୍ବାଇ: ଆର୍ଥର୍ ରୋଡ୍ ଜେଲ୍ରେ ବିଜୟ ମାଲ୍ୟାଙ୍କ ରହଣି ନିମନ୍ତେ ଯୋଜନା କରାଯାଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମାବାର ଅର୍ଥାତ୍ ଆଜି ଯଦି ଲଣ୍ଡନ୍ କୋର୍ଟ ତାଙ୍କୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ଆଦେଶ ଦିଅନ୍ତି ତାଙ୍କୁ ଏଠାରେ ରଖାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷମାନେ କହୁଛନ୍ତି।
ଦୁଇ ତାଲାବିଶିଷ୍ଟ ବାରାକ୍ ୧୨ରେ ଥିବା ୩ଟି ଗ୍ରାଉଣ୍ଡ୍-ଫ୍ଲୋର୍ ମଧ୍ୟରୁ ଗୋଟିକରେ ତାଙ୍କୁ ରଖାଯିବ। ଏହି ୩ଟି ଗ୍ରାଉଣ୍ଡ୍-ଫ୍ଲୋର୍ରେ ଗୋଟିକରେ ୨୬/୧୧ ଆତଙ୍କବାଦୀ ଅଜମଲ କସବଙ୍କୁ ଫାଶୀ ଦିଆଯାଇଥିଲା। ଅନ୍ୟଟିରେ ଶୀନା ବୋରା ହତ୍ୟାକାଣ୍ଡର ଅଭିଯୁକ୍ତ ପିଟର୍ ମୁଖାର୍ଜୀ ରହୁଛନ୍ତି। ତୃତୀୟ ଗ୍ରାଉଣ୍ଡ୍-ଫ୍ଲୋର୍ କୋଠରିଟି ଷ୍ଟୋର୍ ରୁମ୍ ଭାବେ ରହିଛି।
ସାଧାରଣ ଜେଲ୍ ଠାରୁ ଗୋଟିଏ ପାଚେରି ଦ୍ୱାରା ଅଲଗା ହୋଇଥିବା ଏହି ହାଇ ସିକ୍ୟୁରିଟି ବାରାକ୍ରେ ସିସିଟିଭି ଲାଗିବା ସହ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରଧାରୀ ପ୍ରହରୀ ଅଛନ୍ତି। କସବ୍ର ସୁରକ୍ଷା ନିମନ୍ତେ ବାରାକକୁ ଅଗ୍ନି ଏବଂ ମୋବା ନିରୋଧୀ କରାଯାଇଥିଲା।
କେବଳ ମାଲ୍ୟାଙ୍କ ହାଇପ୍ରୋଫାଇଲ୍କୁ ବିଚାରକୁ ନିଆଯାଇ ସେଲ୍ଟିକୁ ଚୟନ କରାଯାଇ ନାହିଁ, ଏଇଟି ଡାକ୍ତରଖାନା ପାଖରେ ଅବସ୍ଥିତ ହୋଇଥିବା ଭଳି ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ଜେଲ୍ର ଡାକ୍ତରଖାନାଟି ଏଠାରୁ ପ୍ରାୟ ୧୦୦ ମିଟର୍ ଦୂର ଏବଂ ସେଥିରେ ସିଫ୍ଟ୍ ଅନୁଯାୟୀ ୨୪ ଘଣ୍ଟା ଲାଗି ୩ ଜଣ ଡାକ୍ତର ରହିଛନ୍ତି।
ବାରାକ୍ ୧୨ରେ ଗୋଟାଏ ପାସେଜ୍େଓ୍ଵ ମଧ୍ୟ ରହିଛି। ସେଠାରେ କଏଦୀମାନେ ଚାଲବୁଲ କରିବେ ଏବଂ ଅନ୍ୟାନ୍ୟ କଏଦୀଙ୍କ ସହ କଥାବାର୍ତ୍ତା କରିପାରିବେ। ସକାଳ ୭ଟାରୁ ମଧ୍ୟାହ୍ନ ଏବଂ ଅପରାହ୍ଣ ୩ଟାରୁ ୫: ୩୦ ଯାଏଁ ଜେଲ୍ର କୋଠରିଗୁଡ଼ିକ ଦିନକୁ ଦୁଇଥର ଖୋଲାଯାଏ।
ଅଦାଲତ ତାଙ୍କୁ ଟିଫିନ୍ ଖାଦ୍ୟ ଖାଇବାକୁ ଅନୁମତି ନ ଦେବା ଯାଏଁ ଦଳେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ମାଲ୍ୟାଙ୍କୁ ଦିଆଯିବ ବୋଲି ବିଶେଷସୂତ୍ରରୁ ପ୍ରକାଶ।
ବାରାକ୍କୁ ପରିଷ୍କାର କରି ମାଲ୍ୟାଙ୍କ ଆଗମନ କଥା ଅନ୍ତେବାସୀମାନେ ପ୍ରତିଦିନ ପଚାରୁଛନ୍ତି ବୋଲି ଅଧିକାରୀମାନେ କହୁଛନ୍ତି।