ମୁମ୍ବାଇ ଦୈନିକ ସଂକ୍ରମଣ ୧୫ ହଜାର ଟପିଲା: ୨୪ ଘଣ୍ଟାରେ ୧୨୦୦ରୁ ଊର୍ଦ୍ଧ୍ବ ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ମୁମ୍ବାଇର ଦୈନିକ କରୋନା ସଂକ୍ରମଣ ଆଜି ୧୫ ହଜାର ଟପିଯାଇଛି। ଗତକାଲି ତୁଳନାରେ ମୁମ୍ବାଇରେ ଦୈନିକ ସଂକ୍ରମଣ ମାମଲାରେ ୩୯ ପ୍ରତିଶତ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୫,୧୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ୮୭ ପ୍ରତିଶତ ମାମଲାରେ କୌଣସି ଲକ୍ଷଣ ନାହିଁ। ଅନ୍ୟପକ୍ଷେ ମୁମ୍ବାଇ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୨୧୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ଅକ୍ସିଜେନ୍‌ ସହାୟତାରେ ଅଛନ୍ତି। ମୁମ୍ବାଇରେ ଗତକାଲି ଦୈନିକ ସଂକ୍ରମଣ ୧୦,୮୬୦ ଥିଲା। ସଂକ୍ରମଣ ବଢ଼ିବାରୁ ମୁମ୍ବାଇ‌‌ରେ କଟକଣା କଡ଼ାକଡ଼ି ହୋ‌ଇଛି। ସଂକ୍ରମଣ ବଢ଼ିବାରୁ ବିଏମ୍‌ସି ମୁମ୍ବାଇର ୱାର୍ଡ‌୍ ସ୍ତରର ୱାର୍‌ ରୁମ୍‌କୁ ପୁନର୍ବାର ସକ୍ରିୟ କରିଛନ୍ତି। ୨୪ଟି ୱାର୍ଡରେ ୱାର ରୁମ୍‌ ପ୍ରତିଷ୍ଠା‌ କରାଯାଇଛି।

ସମ୍ବନ୍ଧିତ ଖବର