ମୁମ୍ବାଇ: ମୌସୁମୀ ଆଗମନକୁ ଦେଖି ଅନେକ ସ୍ଥାନରେ ନାଳ ସଫେଇ କାମ ଜୋରସୋରରେ ଚାଲିଛି। ମୁମ୍ବାଇର ଠାଣେ ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ସଫେଇ ନୀରିକ୍ଷକ ଶାଢ଼ି ପିନ୍ଧି ନାଳର ସଫେଇ ଯାଞ୍ଚ କରିବା ପାଇଁ ନିଜେ ମେନହୋଲ ଭିତରକୁ ପଶି ଯାଇଥିଲେ।
ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ମହିଳା ନୀରିକ୍ଷକ ସୁବିଧା ଚୌହ୍ବାନ କାମ ସଠିକ ଭାବେ ଚାଲିଛି କି ତାହା ତାହାରଖ ପାଇଁ ପହଞ୍ଚିଥିଲେ। ଆଉ ସେ ନିଜେ ଶାଢ଼ି ପିନ୍ଧିଥିବା ଅବସ୍ଥାରେ ମେନହୋଲ ଭିତରକୁ ପଶି ଯାଇଥିଲେ। ମୌସୁମୀ ଆଗମନକୁ ଦେଖି ସ୍ବରେଜର ସଫେଇ କାମ ଜଣେ ଠିକାଦାରଙ୍କୁ ଦିଆଯାଇଥିଲା। କାମରେ ଯେମିତି କୌଣସି ପ୍ରକାର ତ୍ରୁଟି ନରହିଯାଉ ସେଥିପାଇଁ ମହିଳା ଅଧିକାରୀ ସୁବିଧା ଚୌହ୍ବାନ ଶିଢ଼ି ଯୋଗେ ମେନହୋଲ ଭିତରକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି।
/sambad/media/post_attachments/a6867b6fc34cfb1aa906e86c1236f03a3d3927be87f13ede578243b5005b1cf7.jpg)
ଭିଡିଓ ଭାଇରାଲ ହେବାପରେ ଅଧିକାରୀଙ୍କ କାମକୁ ଦେଖି ଲୋକେ ଖୁବ ପ୍ରଶଂସା କରୁଛନ୍ତି। ଆଉ କହୁଛନ୍ତି ଏମିତି ଜଣେ ଅଧିକାରୀ ଯଦି ନଗର ନିଗମରେ ରହିବେ ତେବେ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ।
ମୌସୁମୀ ଆଗମନ ସମୟରେ ମୁମ୍ବାଇରେ ହେଉଥିବା ବର୍ଷା କାରଣରୁ ରାସ୍ତାରେ ପାଣି ଭରି ଯାଇଥାଏ। ସାଧାରଣଲୋକଙ୍କ ଅନେକ ସମୟରେ ଅଭିଯୋଗ ଥାଏ କି ନଗରନିଗମର ଲୋକମାନେ ସଠିକ ସମୟରେ କାମ ଆରମ୍ଭ କରିଦେଲେ ଏଭଳି ଅସୁବିଧାର ସମ୍ନା କରିବାକୁ ପଡ଼ିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/0f61f665-1649-45ee-bce2-0079341a06ac.jpg)