ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲା : ଆଜି ସୁପ୍ରିମ୍‌କୋର୍ଟରେ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ : ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାରେ ସୁପ୍ରିମ୍‌କୋର୍ଟ ଆସନ୍ତାକାଲି ରାୟ ଶୁଣାଇ ପାରନ୍ତି । ସୁପ୍ରିମ୍‌କୋର୍ଟ ବିଚାରପତି ୟୁ ୟୁ ଲଲିତ ଓ ବିଚାରପତି ଏମ୍‌ ଏମ୍‌ ସାନ୍ତାନାଗୌଦାରଙ୍କ ଖଣ୍ଡପୀଠରେ ଏହିି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ। ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଟପିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ରଦ୍ଦ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟରେ ଏହି ଆବେଦନ କରିଛନ୍ତି। ଓଡ଼ିଶା ପୌର ନିର୍ବାଚନ ଆସନ ସଂରକ୍ଷଣ ଆଇନ ଅନୁଯାୟୀ ପୌରସଂସ୍ଥାରେ ଅଧିକ ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ଏହାକୁ କମାଯାଇ ପାରିବ ନାହିଁ ବୋଲି ସରକାର ଗୁରୁବାର କୋର୍ଟରେ ଯୁକ୍ତି ରଖିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର