ନୂଆଦିଲ୍ଲୀ: ଜଣାଶୁଣା ଉର୍ଦ୍ଦୁ କବି ମୁନାୱାର୍ ରାଣା କହିଛନ୍ତି ଯେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ପରି ନେତାମାନେ ମୁସଲମାନମାନଙ୍କୁ ବିଭାଜିତ କରିଛନ୍ତି। ଓୱେସିଙ୍କୁ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ସହ ତୁଳନା କରି ସେ କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟ ଭାରତରେ ଆଉ ଜଣେ ଜିନ୍ନାଙ୍କୁ ସମର୍ଥନ କରିବେ ନାହିଁ | ବିହାର ନିର୍ବାଚନରେ ଏଆଇଏମ୍ଆଇଏମର ପାଞ୍ଚଟି ସିଟ ଦଖଲକୁ ନେବା ପରେ ​​୬୭ ବର୍ଷୀୟ ମୁନାୱାର ରାଣା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅନେକ ଆସନରେ ଓୱେସି ବିରୋଧୀ ଦଳର ଭୋଟ୍ କାଟିଛନ୍ତି।
ସେ କହିଛନ୍ତି, 'ଏଆଇଏମ୍ଆଇଏମ ନେତାମାନେ ସବୁବେଳେ ମୁସଲମାନ ଭୋଟ୍ ବାଣ୍ଟନ୍ତି, ଯାହା ଫଳରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଲାଭ ମିଳିଥାଏ। ଓୱେସି ଭାଜପାର ଏଜେଣ୍ଟ ହୋଇଥିବା ବେଳେ ସବୁବେଳେ ଭୋଟ ବିଭାଜନ ପାଇଁ କାର୍ଯ୍ୟ କରନ୍ତି' | ଉଭୟ ଅସଦୁଦ୍ଦିନ ଏବଂ ତାଙ୍କ ସାନଭାଇ ଆକବରଉଦ୍ଦିନ ଓୱେସି ତାଙ୍କ ନଜରରେ ଗୁଣ୍ଡା ଶ୍ରେଣୀୟ ହୋଇଥିବାବେଳେ ମୁସଲମାନ ଯୁବକମାନଙ୍କୁ ବିଭ୍ରାନ୍ତ କରନ୍ତି ଏବଂ ମୁସଲମାନମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରନ୍ତି ବୋଲି ମୁନାୱାର କହିଛନ୍ତି |
/sambad/media/post_attachments/f32d583922da9ea6711d956e348dffaa2179ca7b74db271c71b1a853be3b4239.jpg) photo-news nation
 photo-news nationରାଣା କହିଛନ୍ତି ଯେ ମୁସଲିମ ପ୍ରାଧାନ୍ୟ ଥିବା ବିହାରର ସୀମାଞ୍ଚଳରେ ଓୱେସି, ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନକୁ ସହାୟତା ଦେବାର ଥିଲା | କିନ୍ତୁ ନିଜର ସ୍ୱାର୍ଥ ରକ୍ଷା ପାଇଁ ଓୱେସି ବିଜେପିର ସହାୟତା ନେଇଥିଲେ। ସେହି ଭୋଟ୍ ଏବଂ ଆସନଗୁଡିକ ବିହାର ରାଜନୀତିର ସମ୍ପୂର୍ଣ୍ଣ ଚିତ୍ର ବଦଳାଇ ଦେଇଥାନ୍ତା | ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ବିହାରରେ ପାଞ୍ଚଟି ସିଟ୍ ଜିତି ମୁସଲମାନମାନଙ୍କ କଲ୍ୟାଣ କିମ୍ବା ନ୍ୟାୟ ପାଇଁ ଓୱେସି କ’ଣ କରିବେ ?
ମୁନାୱାରଙ୍କ ମତରେ ଓୱେସି ମେଡିକାଲ କଲେଜ, ଜମି ଏବଂ ଅନ୍ୟାନ୍ୟ ବ୍ୟବସାୟ ସମେତ ୧୫୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ସୁରକ୍ଷା ଦେବା ଲାଗି ଏପରି ରାଜନୀତି କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/asaduddin-owaisi_650x400_81462622320.jpg)
