କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଜଣେ ସିଭିକ୍ ଭଲ୍ୟୁଣ୍ଟିୟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଦୁଇ ଦଳ ମଦୁଆଙ୍କ ମଧ୍ୟରେ ଚାଲିଥିବା ଗଣ୍ଡଗୋଳ ବନ୍ଦ କରିବାକୁ ଯିବା ମହଙ୍ଗା ପଡ଼ିଲା ଏହି ଯୁବ ସ୍ବେଚ୍ଛାସେବୀଙ୍କୁ। ମୃତକଙ୍କ ନାମ ଇର୍ଶାଦ ଅଲ୍ଲି ଓରଫ ସନି (୩୦)। ଖିଦିରପୁରର ମୂଳବାସିନ୍ଦା ସନି କୋଲକାତାର ମଇଦାନ ଅଞ୍ଚଳରେ ରହୁଥିଲେ। ଶନିବାର ରାତିରେ ହେଷ୍ଟିଙ୍ଗସ୍ ବ୍ରିଜ୍ର ମଜାର ନିକଟରୁ ତାଙ୍କର କ୍ଷତବିକ୍ଷତ ଶବ ଜବତ ହୋଇଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ସେହି ସ୍ଥାନରେ ନିର୍ଦ୍ଦିଷ୍ଟ କିଛି ନିଶାଖୋର ନିୟମିତ ମଦପାନ କରନ୍ତି। ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ମଧ୍ୟ କରନ୍ତି। ପୂର୍ବରୁ ସେମାନଙ୍କ ବିରୋଧରେ ସନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଜେଲ୍ ବି ଯାଇଥିଲେ। ତେଣୁ ପୂର୍ବ ରାଗରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ଅନୁମାନ କରୁଛି। ଆଜି ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/murder-1.jpg)