ଥିରୁବନନ୍ତପୁରମ: ଦୁଇଦିନ ତଳେ କେରଳରେ ଜଣେ ଆଦିବାସୀ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ କେରଳ ପୁଲିସ ୧୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ଏବଂ କେନ୍ଦ୍ର ସରକାର କେରଳ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ବିରୋଧରେ ବିଜେପି ସ୍ଥାନୀୟ ଅଟାପ୍ପଡିର ମାନ୍ନାରକୌଡ଼ ତାଲୁକ୍ରେ ବନ୍ଦ ପାଳନ କରିଛି। ପୀଡ଼ିତ ଯୁବକ ମଧୁଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି ଯେ ସାଂଘାତିକ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ଦୁଇଟି ପଞ୍ଜରା ହାଡ଼ ଭାଙ୍ଗି ଯାଇଛି। ଆଜି ରାଜ୍ୟ ସରକାର ମୃତ ମଧୁଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଜଣାଯାଇଛି ଯେ ଉକ୍ତ ଯୁବକଙ୍କୁ ମାଡ଼ ମାରିବାପରେ ତାଙ୍କୁ ଅଭିଯୁକ୍ତମାନେ ବାଧ୍ୟ କରି ୪ କିମି ବାଟ ଚଲାଇଥିଲେ। ଅନ୍ୟପକ୍ଷେ ଉକ୍ତ ହତ୍ୟାକାଣ୍ଡରେ କୌଣସି ଜଙ୍ଗଲ ଅଧିକାରୀଙ୍କର ସମ୍ପୃକ୍ତି ନାହିଁ ବୋଲି ରାଜ୍ୟ ଜଙ୍ଗଲ ମନ୍ତ୍ରୀ କେ ରାଜୁ କହିଛନ୍ତି। ମଧୁ ମାନସିକ ବିକାରଗ୍ରସ୍ତ। ସେ ଗତ ଗୋଟିଏ ବର୍ଷହେବ ଜଙ୍ଗଲରେ ରହୁଥିଲେ। ତେବେ ତାଙ୍କୁ ଭୋକ ହେବାରୁ ସେ ଏକ ଦୋକାନରୁ ଖାଦ୍ୟ ଚୋରି କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କୁ ଧରିଥିଲା। ଏହାପରେ ପାଖାପାଖି ୧୫ଜଣ ଲୋକ ମିଶି ତାଙ୍କୁ ଖୁବ୍ ଜୋର ପିଟିପିଟି ମାରିଦେଇଥିଲେ।
୧୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
କେରଳରେ ଆଦିବାସୀ ଯୁବକଙ୍କୁ ହତ୍ୟା ମାମଲା
/sambad/media/post_attachments/wp-content/uploads/2018/02/madhu-tribal-youth-beaten-to-death.jpg.image_.784.410.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)