ଦୁଷ୍କର୍ମ ପୀଡ଼ିତାଙ୍କୁ ହତ୍ୟା ପାଇଁ ଷଡ଼୍‍ଯନ୍ତ୍ର ରଚନା ମହଙ୍ଗା ପଡ଼ିଲା; ବିଜେପି ବିଧାୟକଙ୍କ ନାମରେ ରୁଜ୍ଜୁ ହେଲା ହତ୍ୟା ମାମଲା

ଲକ୍ଷ୍ନୌ/ ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ତାଙ୍କ ପରିବାର ସମେତ ହତ୍ୟା କରିବା ପାଇଁ ଜଘନ୍ୟ ଷଡ଼୍‍ଯନ୍ତ୍ର ରଚନା କରିବା ଉନ୍ନାଓର ବିଜେପି ବିଧାୟକ କୁଲ୍‌ଦୀପ୍‌ ସେଙ୍ଗରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାର ତଦନ୍ତ ସିବିଆଇ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ଉତ୍ତରପ୍ରଦେଶ ପୁଲିସ୍‌ ଏହି ଘଟଣାରେ ସଂପ୍ରତି ଜେଲରେ ଥିବା ବିଧାୟକ କୁଲ୍‌ଦୀପ ସେଙ୍ଗରଙ୍କ ସମେତ ଅନ୍ୟ ୧୦ ଜଣଙ୍କ ନାମରେ ହତ୍ୟା ମାମଲା ଆଗତ କରିଛି।

ଉଲ୍ଲେଖଯୋଗ୍ୟ, ଉନ୍ନାଓ ବିଧାୟକଙ୍କ ଦ୍ୱାରା ପୀଡ଼ିତା ଗତକାଲି (ରବିବାର) ଅପରାହ୍ନରେ ତାଙ୍କ ଓକିଲ ଓ ଦୁଇ ଜଣ ମାଉସୀଙ୍କ ସହ ଗୋଟିଏ ଗାଡ଼ିରେ ଯାଉଥିବା ବେଳେ ଗୋଟିଏ ଟ୍ରକ୍‌ ସହିତ ତାଙ୍କ ଗାଡ଼ିର ମୁହାଁମୁହିଁ ଧକ୍କା ଘଟାଇ ସମସ୍ତଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ବିଧାୟକ ସେଙ୍ଗର ଓ ତାଙ୍କର ସହଯୋଗୀମାନେ।

DNA

ଷଡ଼୍‍ଯନ୍ତ୍ର ଯୋଜନା ଅନୁଯାୟୀ ସେମାନେ ଆସୁଥିବା ଗାଡ଼ିକୁ ସମ୍ମୁଖରୁ ଧକ୍କା ଦେଇଥିଲା ଏକ ଟ୍ରକ। ଏହି ଦୁର୍ଘଟଣାରେ ପୀଡ଼ିତାଙ୍କ ସହ ଗାଡ଼ିରେ ଥିବା ତାଙ୍କ ଦୁଇ ମାଉସୀଙ୍କର ମୁତ୍ୟୁ ହୋଇ ଯାଇଥିବା ବେଳେ ପୀଡ଼ିତା ଓ ତାଙ୍କ ଓକିଲ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ ଚଳାଇଛନ୍ତି।

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବିଜେପି ବିଧାୟକ ସେଙ୍ଗର ଏବେ ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର