ଇଥିଓପିଆ ସେନା ମୁଖ୍ୟଙ୍କୁ ହତ୍ୟା

ନାଇରୋବି: ଇଥିଓପିଆ ସେନା ମୁଖ୍ୟଙ୍କୁ ଆଜି ରାଜଧାନୀ ଅଦିସ ଅବାବା ସ୍ଥିତ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯାଇଛି। ସେନାର ଜଣେ ଜେନେରାଲ ରୢାଙ୍କ୍‌ ଅଧିକାରୀ ଦେଶରେ କ୍ଷମତା ଦଖଲ ପାଇଁ ପ୍ରୟାସ ଆରମ୍ଭ କରି ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ଏ ବି ଅହମ୍ମଦ କହିଛନ୍ତି ଯେ ସେନା ମୁଖ୍ୟଙ୍କୁ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରାଯଇଛି ଏବଂ ସେନାର ଏକ ଗୋଷ୍ଠୀ କ୍ଷମତା ଦଖଲ ପାଇଁ ଯେଉଁ ପ୍ରୟାସ ଚଳାଇଛନ୍ତି ତାହାକୁ ପଣ୍ଡ କରିଦିଆଯିବ। ସେନାର ଯେଉଁ ଗୋଷ୍ଠୀ ସରକାରଙ୍କୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ଏବେ ବିଦ୍ରୋହୀ ଗୋ‌ଷ୍ଠୀ ଟାର୍ଗେଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର