ହ୍ଵାଟ୍ସଆପ୍‌ ବିବାଦରୁ ଯୁବକଙ୍କୁ ପିଟିପିଟି ହତ୍ୟା

ସୋନେପତ : ହ୍ଵାଟ୍ସଆପ୍‌ ଆଜି ହରିଆଣାର ସୋନେପତ୍‌ରେ ଜଣଙ୍କ ଜୀବନ ନେଇଛି। ହ୍ଵାଟ୍ସଆପ୍‌ରେ ଫଟୋ ସେୟାରକୁ ନେଇ ବଚସା ହେବାରୁ ସୋନେପତ୍‌ରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ତାଙ୍କ ସମ୍ପର୍କୀୟ। ମିଳିଥିବା ସୂଚନାନୁଯାୟୀ ଲଭ୍‌ ନାମକ ଯୁବକ ତାଙ୍କ ପରିବାରର ହ୍ଵାଟ୍ସଆପ୍‌ ଗ୍ରୁପ୍‌ରେ କୌଣସି ଏକ ଫଟୋ ପକାଇବାକୁ ନେଇ ସମ୍ପର୍କୀୟ ଦିନେଶଙ୍କ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ଘଟଣାରୁ ଦିନେଶ ଲଭ୍‌ଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଲଭ୍‌ଙ୍କ ମୁଣ୍ଡରେ ଜୋର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର