ନୂଆଦିଲ୍ଲୀ: ତିହାର ଜେଲ ପରିସରର ସେଣ୍ଟ୍ରାଲ ଜେଲ-୩ ଭିତରେ ଜଣେ କଏଦୀକୁ ହତ୍ୟା କରାଯାଇଛି। ମୃତକର ନାମ ଦୀପକ ବୋଲି ଜଣାପଡ଼ିଛି। ତାକୁ ୨୯ ବର୍ଷ ହୋଇଥିଲା। ସେହିପରି ତାକୁ ହତ୍ୟା କରିଥିବା କଏଦୀର ନାମ ଅବଦୁଲ ବଶିର ଅଖନ୍ଦଜାଦା। ତା ବୟସ ୪୪ ବର୍ଷ ଏବଂ ମୂଳତଃ ଆଫଗାନିସ୍ତାନର ବାସିନ୍ଦା। ଦୁଇ କଏଦୀଙ୍କ ମଧ୍ୟରେ ଖାଇବାକୁ ନେଇ ବିବାଦ ଲାଗି ରହିଥିଲା। ଏହାପରେ ଅବଦୁଲ ଦୀପକର ଛାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଖବର ପାଇବା ମାତ୍ରେ ଜେଲ ପ୍ରଶାସନ ଦୀପକକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ସେତେବେଳକୁ ତାର ମୃତ୍ୟୁ ହୋଇସାରିଥିଲା।

Advertisment

ଦୀପକର ମୃତ୍ୟୁ ନେଇ  ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଦୀପକକୁ ୩ ନମ୍ବର ସେଣ୍ଟ୍ରାଲ ଜେଲରେ ରଖାଯାଇଥିଲା। ସେ ଦିଲ୍ଲୀର ଶକୁରପୁର ଅଞ୍ଚଳର ୩ ନମ୍ବର ସାହିର ବାସିନ୍ଦା ଥିଲେ। ଡାକ୍ତରଖାନା ର ସୂଚନା ଅନୁଯାୟୀ, ଦୀପକର ଛାତିରେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ହତ୍ୟା ଓ ଡକାୟତି ଅଭିଯୋଗରେ ଦୀପକ ଜେଲରେ ଥିଲା। ତାଙ୍କ ବିରୋଧରେ ପଶ୍ଚିମବିହାର ଥାନାରେ ଏତଲା ଦିଆଯାଇଥିଲା। ସେହି ସମୟରେ ତାକୁ ହତ୍ୟା କରିଥିବା ଅବଦୁଲକୁ ହତ୍ୟା ଅଭିଯୋଗରେ ଫସାଇ ଦିଆଯାଇଥିଲା। ତାଙ୍କ ବିରୋଧରେ ଲାଜପତ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ତିସ୍ ହଜାରୀ କୋର୍ଟଙ୍କୁ ଅବଗତ କରାଯାଇଛି।

ଦୀପକ ଜେଲରେ ସେବାଦାର ଭାବେ ମଧ୍ୟ କାମ କରୁଥିଲା। ଏହି କାରଣରୁ ଦୀପକ ଓ ଅବଦୁଲଙ୍କ ମଧ୍ୟରେ ଖାଦ୍ୟକୁ ନେଇ ବିବାଦ ଲାଗି ରହିଥିଲା। ଏହାପରେ ସୁଯୋଗ ମିଳିବା ମାତ୍ରେ ଅବଦୁଲ ଦୀପକକୁ  ହତ୍ୟା କରିଥିଲା।