ପତ୍ନୀଙ୍କ ସହ ପାକ୍‌ ମନ୍ତ୍ରୀଙ୍କୁ ହତ୍ୟା

ଇସଲାମାବାଦ: ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ବରିଷ୍ଠ ନେତା ତଥା ସିନ୍ଧ୍‌ର ଯୋଜନା ଏବଂ ବିକାଶ ମନ୍ତ୍ରୀ ଥିବା ମିର୍‌ ହଜାର ଖାନ୍‌ ବିଜରାନିି ଏବଂ ତାଙ୍କ ପତ୍ନୀ ଫରିହା ରଜାକ୍‌ଙ୍କୁ ହତ୍ୟା କରାଯାଇଛି। କରାଚି ସ୍ଥିତ ତାଙ୍କ ବାସଭବନରୁ ଉଭୟଙ୍କ ଶବ ଉଦ୍ଧାର ହୋଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସେମାନଙ୍କୁ ଗୁଳି କରାଯାଇଥିବା ପ୍ରାଥମିିକ ତଦନ୍ତରୁ ଜଣାଯାଇଛି। ଗତକାଲି ରାତି ୨ଟାରେ ଗୁଳି ଶବ୍ଦ ଶୁଣି ହଜାର ଖାନ୍‌ଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ସଙ୍ଗେସଙ୍ଗେ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ଉଭୟଙ୍କ ରକ୍ତ ଜୁଡୁବୁଡୁ ଶବ ଗଡୁଥିଲା। ପତ୍ନୀଙ୍କୁ ହତ୍ୟା କରିବା ପରେ ହଜାର ଖାନ୍‌ ନିଜେ ଆତ୍ମହତ୍ୟା କରିିଥିବା ସନ୍ଦେହ ପ୍ରକାଶ ପାଇଥବା ବେଳେ ତାଙ୍କ ପୁଅ ସବିର ଖାନ୍‌ ଏହାକୁ ଗ୍ରହଣ କରିନାହାନ୍ତି। ତାଙ୍କ ବାପା ଜଣେ ସାହସୀ ବ୍ୟକ୍ତି ଏବଂ ସେ କେବେହେଲେ ଆତ୍ମହତ୍ୟା କରିପାରିବେନି ବୋଲି ସବିର କହିଛନ୍ତି।

ସମ୍ବନ୍ଧିତ ଖବର