ସମାଜବାଦୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ନୌ: ଆଜି ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ଜଣେ ସମାଜବାଦୀ ପାର୍ଟି ନେତାଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ସମାଜବାଦୀ ପାର୍ଟି ନେତା ବିଜ୍‌ଲି ଯାଦବଙ୍କ ଉପରକୁ କିଛି ଅଜଣା ବ୍ୟକ୍ତି ଅତର୍କିତ ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ବାରଣାସୀଠାରୁ ୧୦୦ କିଲୋମିଟର ଉତ୍ତରରେ ମାଉ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଘଟଣା ଘଟାଇବା ପରେ ଫେରାର୍‌ ହୋଇଯିବାକୁ ସକ୍ଷମ ହୋଇଛନ୍ତି। ସମାଜବାଦୀ ପାର୍ଟି ନେତା ବିଜ୍‌ଲିଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଯାଦବ ମାଉ ଜିଲ୍ଳାରେ ଥିବା ଗୋପଗଞ୍ଜ ବ୍ଲକର ବରଜଲା ଶେଖ୍‌ୱାଲିଆ ଗ୍ରାମର ବାସିନ୍ଦା ଥିଲେ। ମୃତ ଯାଦବଙ୍କ ପତ୍ନୀଙ୍କ ଏତଲା ଭିତ୍ତିରେ ପୁଲିସ ମାମଲା ରୁଜୁ କରିଛି ବୋଲି ମାଉ ଏସ୍‌ପି ଅନୁରାଗ ଅର୍ଯ୍ୟ କହିଛନ୍ତି। ମୃତଦେହ ଜବତ କରିବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର