ନୂଆଦିଲ୍ଲୀ : ଖଲିସ୍ତାନ କମାଣ୍ଡୋ ଫୋର୍ସ (କେସିଏଫ୍‌) ମୁଖ୍ୟ ତଥା ୱାଣ୍ଟେଡ଼ ଆତଙ୍କବାଦୀ ପରମଜିତ ସିଂହ ପଂଜୱଡ଼କୁ ପାକିସ୍ତାନର ଲାହୋରରେ ଗୁଳି କରି ହତ୍ୟା କରାଯାଇଛି। ପରମଜିତ ସିଂହ ଓରଫ ସରଦାର ସିଂହକୁ ଶନିବାର ବଡ଼ି ଭୋର ସମୟରେ ଜୋହାର ସହରର ‌ସନଫ୍ଲାୱାର ସୋସାଇଟି ନିକଟସ୍ଥ ତା’ର ଘର ନିକଟରେ ଗୁଳି କରି ହତ୍ୟା କରାଯାଇଛି।

Advertisment

ତରନ ତାରନ ନିକଟସ୍ଥ ପଂଜୱଡ଼ ଗ୍ରାମରେ ଜନ୍ମିତ ୫୯ ବର୍ଷୀୟ ପରମଜିତ ଶିଖ୍‌ ବିଦ୍ରୋହ , ହତ୍ୟା, ଡ୍ରଗ୍ଦ ଏବଂ ଅସ୍ତ୍ର ଚୋରାଚାଲାଣରେ ସମ୍ପୃକ୍ତ ଥିଲା। ୧୯୮୬‌ରେ ସେ କେସିଏଫ୍‌ରେ ଯୋଗ ଦେଇଥିଲା। ଏହା ପୂର୍ବରୁ ସେ ସୋହଲର ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ୍‌ରେ କାର୍ଯ୍ୟ କରୁଥିଲା।