ଶ୍ରୀନଗର : କଶ୍ମୀର ଉପତ୍ୟକାରେ ଜଣେ ମହିଳାଙ୍କ ବେଣୀ କାଟିଦେଇଥିବା ଅଭିଯୋଗରେ ଗତରାତିରେ ଅନନ୍ତନାଗ ଜିଲ୍ଲାର ଦାନ୍ତେର ଗାଁରେ ୭୦ ବର୍ଷୀୟା ଅବଦୁଲ୍ସଲାମ ଓ୍ଵାନିଙ୍କୁ ଜଣେ ଯିୁବକ ପଥର ଫିଙ୍ଗି ହତ୍ୟା କରିବା ଘଟଣା ଆଲୋଡ଼ନ ଆଣିଛି। କିଛି ଦିନ ହେଲା ଏହି ଅଞ୍ଚଳରେ କେହି ଅଜଣା ବ୍ୟକ୍ତି ମହିଳାଙ୍କ ମୁଣ୍ଡର କେଶ କାଟି ଦେଉଥିବା ଖବର ଆତଙ୍କ ଖେଳାଇଦେଇଛି। ଏଭଳି ସ୍ଥିତିରେ ଗତରାତିରେ ଓ୍ଵାନି ନିକଟ ମସ୍ଜିଦ୍ରେ ରାତି ନମାଜ ସାରି ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କ ଉପରକୁ ଶକ୍ତ ଢେଲାଟିଏ ଫିଙ୍ଗିଥିଲା। ଅନ୍ଧାରରେ ସନ୍ଦିଗ୍ଧ ଚୁଟିକଟାଳି ଯାଉଥିବା ସନ୍ଦେହରେ ଯୁବକ ଜଣକ ଏପରି କରିଥିବା କୁହାଯାଉଛି। ଗୁରୁତର ଆହତ ବୃଦ୍ଧା ଓ୍ଵାନିଙ୍କୁ ମେଡିକାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ବେଣୀ କାଟିଦେବା ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା
/sambad/media/post_attachments/wp-content/uploads/2017/10/murder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)