ଥିରୁଅନନ୍ତପୁରମ: କେରଳରେ ଜଣେ ମହିଳା  ଓ ତାଙ୍କ ଯାଆଁଳା ଝିଅଙ୍କୁ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୧୮ ବର୍ଷ ପରେ ଦୁଇ ଜଣ ପୂର୍ବତନ ଯବାନଙ୍କୁ ଗିରଫ କରିଛି। କେରଳର କୋଲ୍ଲାମ ଜିଲ୍ଲାରେ ଘଟିଥିବା ଏହି ବର୍ବର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ଦିବିଲ କୁମାର ଓ  ରାଜେଶଙ୍କୁ ପୁଡୁଚେରୀରୁ ଗିରଫ କରାଯାଇଛି। ଉଭୟେ ଭାରତୀୟ ସେନାର ପୂର୍ବତନ ଯବାନ ବୋଲି ସିବିଆଇ ସ୍ପଷ୍ଟ କରିଛି। ଦିବିଲ କୁମାର ଆଞ୍ଚଲର ବାସିନ୍ଦା ହୋଇଥିବା ବେଳେ   ରାଜେଶ କନ୍ନୁରର ବାସିନ୍ଦା। ଉଭୟଙ୍କୁ ପୁଡୁଚେରୀରୁ ଗିରଫ କରାଯିବା ପରେ ଗତକାଲି କୋଚିର ଏକ କୋର୍ଟରେ ହାଜର କରାଯାଇଥିଲା । ଉଭୟଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

Advertisment

   ୨୦୦୬ ଫେବ୍ରୁଆରିରେ ରଞ୍ଜିନୀ ଓ ତାଙ୍କ ଯାଆଁଳା ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଏହି ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରଞ୍ଜିନୀ ଓ ଦିବିଲ କୁମାରଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଥିଲା ଏବଂ ରଞ୍ଜିନୀ ଗର୍ଭବତୀ ହୋଇଥିଲେ। ଏହାପରେ ଦିବିଲ  ତା’ର ବନ୍ଧୁ ରାଜେଶ  ସହାୟତାରେ ରଞ୍ଜିନୀଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ଦ୍ବୟ ଚିହ୍ନଟ ହୋଇଯିବା ପରେ  ଫେରାର୍‌ ହୋଇଯାଇଥିଲେ ଏବଂ ଦୀର୍ଘ ୧୮ ବର୍ଷ ଧରି ଗିରଫଦାରୀରୁ ବର୍ତ୍ତିବାରେ ସଫଳ ହୋଇଥିଲେ। ଅଭିଯୁକ୍ତମାନେ ନକଲି ପରିଚୟ ଦେଇ ବିଭିନ୍ନ ସ୍ଥାନରେ ରହୁଥିଲେ ୨୦୦୮ମସିହାରେ ପୀଡ଼ିତାଙ୍କ ପରିବାରର ଆବେଦନ ପରେ ସିବିଆଇ ଏହି ମାମଲାକୁ ନିଜ ହାତକୁ ନେଇଥିଲା। ଅପରାଧ ପରେ ପୁଣି ସେନାରେ ଯୋଗ ଦେଇ ନ ପାରିବାରୁ ଅଭିଯୁକ୍ତମାନେ ନକଲି ପରିଚୟ ଦେଇ ଜୀବନଯାପନ କରୁଥିଲେ।