ଛାତି ଘୋଡ଼େଇ ନଥିବା ମହିଳାଙ୍କୁ ସଂଗ୍ରହାଳୟ ବାରଣ

ପ୍ୟାରିସ: ପ୍ୟାରିସର ଜଣେ ୨୨ ବର୍ଷୀୟ ବିଶ୍ବବିଦ୍ୟାଳୟ ଛାତ୍ରୀ ଜିଆନେ ହାଟ୍‌ ତାଙ୍କ ବାନ୍ଧବୀ ମ୍ୟାରିଅନଙ୍କ ସହ ‘ମ୍ୟୁଜି ଡି ଓର୍ସେ’ କଳା ସଂଗ୍ରହାଳୟକୁ ଯାଇଥିଲେ। ଜିଆନେ ନିଜ ଛାତିକୁ ନ ଘୋଡ଼େଇ ଯାଇଥିବାରୁ ତାଙ୍କୁ ସଂଗ୍ରହାଳୟ ମଧ୍ୟକୁ ପୂରାଇ ଦିଆଯାଇ ନଥିଲା। ମାତ୍ର ତାଙ୍କ ବାନ୍ଧବୀ ମ୍ୟାରିୟନକୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା। ସଂଗ୍ରହାଳୟକୁ ଯାଇ ନ ପାରିବାରୁ ଜିଆନେ ଅପମାନିତ ହୋଇ ଫେରିଥି‌ଲେ। ନିଜ ପସନ୍ଦର ପୋଷାକ ପାଇଁ ତାଙ୍କୁ କାହିଁକି ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ନ ମିଳିବ ବୋଲି ଜିଆନେ ଯୁକ୍ତିତର୍କ କରିଥିଲେ। ମାତ୍ର ସଂଗ୍ରହାଳୟ କର୍ତ୍ତୃପକ୍ଷ ତାଙ୍କୁ ଛାତି ଘୋଡ଼େଇ ଆସିବାକୁ କହିଥିଲେ। ଶେଷରେ ଜିଆନେ ସେଠାରୁ ଅପମାନିତ ହୋଇ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର