ଚଣ୍ଡୀଗଡ଼: ପଞ୍ଜାବୀ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିବା ସିଦ୍ଧୁ ମୁସେୱାଲାଙ୍କ ଅକାଳ ବିୟୋଗ ପରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି | ଲୁହଭିଜା ଆଖିରେ ଓ କୋହଭରା ମନରେ ଆଜି ସିଦ୍ଧୁଙ୍କ ପରିବାର ଓ ପ୍ରଶଂସକ ତାଙ୍କୁ ବିଦାୟ ଦେଇଛନ୍ତି। ତେବେ ପୁଅର ହତ୍ୟା ପରେ ମୁସୱାଲାଙ୍କ ପିତାମାତା ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଶେଷକୃତ୍ୟ ସମୟରେ ତାଙ୍କ ପିତାଙ୍କର ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକି ତାଙ୍କ ପ୍ରଶଂସକଙ୍କୁ କନ୍ଦାଇ ଦେଇଛି | ବାସ୍ତବରେ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂ ତାଙ୍କ ପଗଡି କାଢି ନିଜର ଯନ୍ତ୍ରଣା ବ୍ୟକ୍ତ କରିଥିଲେ ଏବଂ ନ୍ୟାୟ ଦାବି କରିଥିଲେ।

Advertisment


ହଜାର ହଜାର ଲୋକଙ୍କ ସାମ୍ନାରେ ପୁଅ ପାଇଁ ଏଭଳି ପଗଡି କାଢ଼ିବା ଦୃଶ୍ୟ ସମସ୍ତଙ୍କୁ ଭାବୁକ କରିଦେଇଥିଲା | ରବିବାର ଦିନ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମଙ୍ଗଳବାର ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ତାଙ୍କ ପୈତୃକ ଗାଁ ଜବାହରକେରେ ସିଦ୍ଧୁ ମୁସେୱାଲାଙ୍କର ଶେଷ ରୀତିନୀତି କରାଯାଇଥିଲା | ମୁସେୱାଲାଙ୍କ ପିତା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଏକ ଚିଠି ଲେଖି ନ୍ୟାୟ ପାଇଁ ଦାବି କରିଛନ୍ତି ।

ସେ ବିଚାରପତିଙ୍କ ନେତୃତ୍ୱରେ ହତ୍ୟା ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। ଏଥି ସହିତ ପଞ୍ଜାବ ସରକାର ମଧ୍ୟ ନ୍ୟାୟିକ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ପଞ୍ଜାବ ସରକାର ମୁସେୱାଲାଙ୍କ ସୁରକ୍ଷା ହଟାଇଦେଇଥିଲେ । ଏଥିପାଇଁ ପଞ୍ଜାବ ସରକାରଙ୍କୁ ମଧ୍ୟ ସମାଲୋଚନା କରାଯାଉଛି।