ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ ମୁସାରଫ୍ଙ୍କ ମୃତ୍ୟୁ ଦଣ୍ଡାଦେଶକୁ ପାକିସ୍ତାନ ସେନା ନିନ୍ଦା କରିଛି। ରାଜଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ସେନାମୁଖ୍ୟଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଣି କରିଛନ୍ତି। ଜଣେ ସେନା ମୁଖ୍ୟ ଭାବେ ଏବଂ ରାଷ୍ଟ୍ର ମୁଖ୍ୟ ଭାବେ ଦୀର୍ଘ ୪୦ ବର୍ଷ ଧରି ଦେଶ ପାଇଁ ସେବା କରି ଆସିଥିବା ମୁସାରଫ୍ଙ୍କ ଶେଷ ଜୀବନ ଏଭଳି ଜଣେ ଦେଶଦ୍ରୋହୀ ଭାବେ ଅନ୍ତ ହେବ, ଏହା ଗ୍ରହଣୀୟ ନୁହେଁ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ପାକିସ୍ତାନ ସ୍ବତନ୍ତ୍ର କୋର୍ଟର ଏହି ନିଷ୍ପତ୍ତିରେ ସେନାର ମନୋବଳ ଭାଙ୍ଗି ଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି। ସେହିଭଳି ଏହି ରାୟ ସମ୍ବିଧାନ ବିରୋଧୀ ବୋଲି ପାକିସ୍ତାନର ଆଟର୍ଣ୍ଣି ଜେନେରାଲ୍ ଅନ୍ୱାର ମନ୍ସୁର ଖାନ୍ କହିଛନ୍ତି।
ମୁସାରଫ୍ଙ୍କ ମୃତ୍ୟୁଦଣ୍ଡକୁ ପାକିସ୍ତାନ ସେନାର ନିନ୍ଦା
/sambad/media/post_attachments/wp-content/uploads/2019/12/musharraf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)