‘ପୁଷ୍ପାର’ର ଚର୍ଚ୍ଚିତ ସଂଗୀତ ନିର୍ଦ୍ଦେଶକ ଡ଼ିଏସପିଙ୍କ ଦ୍ବାରା ପ୍ରସ୍ତୁତ ଦେଶଭକ୍ତି ଗୀତ ‘ହର ଘର ତିରଙ୍ଗା’ ରିଲିଜ ପରେ ପରେ ହେଲା ଭାଇରାଲ: ଦେଖନ୍ତୁ ପୂରା ଭିଡିଓ….

ନୂଆଦିଲ୍ଲୀ: ଦେଶଭକ୍ତି ଗୀତ ‘ହର ଘର ତିରଙ୍ଗା’ କିଛି ଘଣ୍ଟା ମଧ୍ୟରେ ସାରା ଦେଶରେ ଭାଇରାଲ ହୋଇଛି। ଦେବୀ ଶ୍ରୀ ପ୍ରସାଦ, ଆଶା ଭୋସଲେ, ସୋନୁ ନିଗମ ଏବଂ ଅମିତାଭ ବଚ୍ଚନଙ୍କ ଦ୍ୱାରା ଗାଇଥିବା ଏହି ଗୀତଟି ଦେବୀ ଶ୍ରୀ ପ୍ରସାଦଙ୍କ ଦ୍ୱାରା ରଚିତ । ଦେବୀ ଶ୍ରୀ ପ୍ରସାଦ ଡ଼ିଏସପି ନାମରେ ବେଶ ଜଣାଶୁଣା । ଏହି ଗୀତଟି ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଭାରତ ସରକାରଙ୍କ ପାଇଁ କୈଲାଶ ପିକ୍ଚର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଗୀତକୁ ନେଇ ଡିଏସପି କହିଛନ୍ତି ଯେ, ମୋତେ ଏହି ସୁଯୋଗ ମିଳିଛି, ମୁଁ ନିଜକୁ ଭାଗ୍ୟବାନ ଏବଂ ସମ୍ମାନିତ ମନେ କରୁଛି । ଏହି ଲୋକମାନଙ୍କ ସହ କାମ କରି ମୁଁ ଅତ୍ୟଧିକ କୃତଜ୍ଞ । ଏହା ନିଶ୍ଚିତ ଭାବରେ ଶ୍ରେଷ୍ଠ ୧୦ଟି ଜିନିଷ ମଧ୍ୟରୁ ଗୋଟିଏ ଯାହା ମୁଁ କରିଛି ଏବଂ ମୁଁ ସବୁବେଳେ ଏହା ମନେ ରଖିବି ।

ମୋର ସମସ୍ତ କନ୍ସର୍ଟରେ ମୁଁ ସବୁବେଳେ ଏକ ଦେଶଭକ୍ତି ଗୀତ ଗାଇଥାଏ ଯେଉଁଥିରେ ମଞ୍ଚରେ ଏକ ବିରାଟ ଭାରତୀୟ ଜାତୀୟ ପତାକା ରହିଥାଏ । ଏବେ ମୋତେ ମୋ ଦେଶପ୍ରେମ ଦେଖାଇବାକୁ ଏହି ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ଏହା ଆଗରୁ ଦର୍ଶକ ତାଙ୍କ ରଚିତ ପୁଷ୍ପା: ଦି ରାଇଜ୍ ଫିଲ୍ମ ଆଲବମ୍ ସହିତ ଦେଖିଛନ୍ତି, ଏଥିରୁ ଜଣାଯାଇଛି କି ଡିଏସପିଙ୍କ ଗୀତ ଦର୍ଶକଙ୍କୁ କେତେ ମାତ୍ରାରେ ଆକର୍ଷିତ କରିବାର କ୍ଷମତା ରଖିଛି । ଦେବୀ ଶ୍ରୀ ପ୍ରସାଦ ବର୍ତ୍ତମାନ ପୁଷ୍ପା ୨ ସମେତ ଏକାଧିକ ଭାଷାରେ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି।

ସମ୍ବନ୍ଧିତ ଖବର