ଟ୍ବିଟରର ପୁରୁଣା ପ୍ରାପ୍ୟ ଦେବାକୁ ମସ୍କ ଅରାଜି

ନୂଆଦିଲ୍ଲୀ: ଟ୍ବିଟରକୁ ୪୪୦୦ କୋଟି ଟଙ୍କାରେ ଅଧିଗ୍ରହଣ କରିବା ପରେ ଖର୍ଚ୍ଚ କାଟ ଲାଗି ଏହାର ନୂଆ ମାଲିକ ଏଲନ୍ ମସ୍କ କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉନାହାନ୍ତି। ସେ କଂପାନିର ଅଧା କର୍ମଚାରୀଙ୍କୁ ବିଦା କରିବା ପରେ ଆହୁରି ଛଟେଇ କରିବାକୁ ‌ଯୋଜନା ରଖିଛନ୍ତି। ଏବେ ସେ ଆଉ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି। ଅଧିଗ୍ରହଣ ପୂର୍ବରୁ ଟ୍ବିଟରଠାରୁ ବିଭିନ୍ନ ଭେଣ୍ଡରମାନେ ଯେଉଁ ପ୍ରାପ୍ୟ ପାଇବାର ଥିଲା ତାହା ଦେବାକୁ ମସ୍କ ରୋକଠୋକ୍ ମନା କରିଦେଇଛନ୍ତି। ଯାତାୟାତ ଲାଗି କଂପାନିର ପୂର୍ବତନ ଓ କିଛି ବର୍ତ୍ତମାନ କର୍ମଚାରୀ ଯେଉଁ ଖର୍ଚ୍ଚ କରିଥିଲେ ସେହି ବିଲ୍‌ ବାବଦ ପ୍ରାପ୍ୟ ଦେବାକୁ ମସ୍କ ଚାହୁନାହାନ୍ତି। ଟ୍ରାଭେଲ ଏଜେନ୍ସି କର୍ମଚାରୀମାନଙ୍କୁ ବାରମ୍ବାର ଫୋନ କରି ପ୍ରାପ୍ୟ ମାଗୁଛନ୍ତି।

ଟ୍ବିଟରକୁ ଅଧିଗ୍ରହଣ କରିଥିବା ମସ୍କଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଘଟିଛି। ସେ ୧୦,୦୦୦ କୋଟି ଡଲାର ସମ୍ପତ୍ତି ହରାଇସାରିଲେଣି। ଭାରତୀୟ ମୁଦ୍ରାରେ ସେ ଦୈନିକ ୨୫୦୦ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। ବର୍ଷକ ପୂର୍ବେ ମସ୍କଙ୍କ ସମ୍ପତ୍ତି ପରିମାଣ ୩୪,୦୦୦ କୋଟି ଡଲାର ଥିଲା। ଚଳିତ ମାସରେ ତାଙ୍କ ସମ୍ପତ୍ତି ମୂଲ୍ୟ ୧୭,୦୦୦ କୋଟି ଡଲାରକୁ ହ୍ରାସ ପାଇଛି। ସେ ନିଜର ଅଧା ସମ୍ପତ୍ତି ହରାଇବା ସତ୍ତ୍ବେ ବିଷୟରେ ଏକ ନମ୍ବର ଧନୀ ହୋଇରହିଛନ୍ତି। ମସ୍କଙ୍କ ପ୍ରମୁଖ କଂପାନି ଟେସ୍‌ଲାର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିବାରୁ ତାଙ୍କ ସମ୍ପତ୍ତି ହ୍ରାସ ପାଇଛି।

ସମ୍ବନ୍ଧିତ ଖବର