ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ଧନୀ ବ୍ୟକ୍ତି ତଥା ଟେସ୍‌ଲା କମ୍ପାନିର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ବିଟରରେ ଫଲୋ ବା ଅନୁସରଣ କରୁଛନ୍ତି। ଗତବର୍ଷ ଅକ୍ଟୋବରରେ ମସ୍କ ଟ୍ବିଟରକୁ ୪୪ ବିଲିଅନ ଡଲାରରେ କିଣିବା ପରେ ଏହାର ନୂଆ ମାଲିକ ହୋଇଛନ୍ତି। ମସ୍କ ମାତ୍ର ୧୯୫ ଜଣ ବ୍ୟକ୍ତିଙ୍କୁ ଫଲୋ କରୁଛନ୍ତି। ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ରହିଛନ୍ତି। ୨୦୧୫ ମସିହାରେ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ଥିବାବେଳେ ମସ୍କଙ୍କ ଟେସ୍‌ଲା କମ୍ପାନି ପରିଦର୍ଶନ କରିବା ସହିତ ତାଙ୍କୁ ଭେଟିଥିଲେ। ମୋଦୀଙ୍କୁ ମସ୍କ ଫଲୋ ଖବର ଟ୍ବିଟରରେ ଭାଇରାଲ ହୋଇଛି। କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ଯାଇ ଜଣେ ଲେଖିଛନ୍ତି ଏହି ଦଳ ଏବେ ମୋଦୀ ଏବଂ ମସ୍କଙ୍କ ମଧ୍ୟରେ ଉକ୍ତ ସଂପର୍କ କ’ଣ ବୋଲି ପ୍ରଶ୍ନ ପଚାରିପାରେ। ଅନ୍ୟପକ୍ଷରେ ଟ୍ବିଟରରେ ସବୁଠୁ ଅଧିକ ପ୍ରଶଂସକ ଥିବା ତାଲିକାର ଶୀର୍ଷରେ ମସ୍କ ଥିବାବେଳେ ମୋଦୀ ଅଷ୍ଟମ ସ୍ଥାନରେ ରହିଛନ୍ତି।