ନୂଆଦିଲ୍ଲୀ: ବୁଧବାର ଦିନ ଓରାକେଲର ସହ-ପ୍ରତିଷ୍ଠାତା ଲାରି ଏଲିସନଙ୍କଠାରୁ ଶୀର୍ଷ ସ୍ଥାନ ହରାଇବା ପରେ ଏଲୋନ ମସ୍କ ବିଶ୍ୱର ଦ୍ବିତୀୟ ଧନୀ ବ୍ୟକ୍ତି ବନି ଯାଇଥିଲେ। ତାଙ୍କ ଶୀର୍ଷ ସ୍ଥାନକୁ ଅଧିକାର କରି ନେଇଥିଲେ ଲାରି ଏଲିସନ। ହେଲେ ମାତ୍ର କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ମସ୍କ୍।
କମ୍ପାନୀର ଏଆଇ ଭିତ୍ତିଭୂମି ସେବାର ଚାହିଦା ବୃଦ୍ଧି ପାଇବା ଦ୍ୱାରା ଓରାକେଲର ଷ୍ଟକରେ ତୀବ୍ର ବୃଦ୍ଧି ପରେ ଏଲିସନ କିଛି ଘଣ୍ଟା ପାଇଁ ଆଗକୁ ବଢ଼ି ଯାଇଥିଲେ; ପଛରେ ରହି ଯାଇଥିଲେ ମସ୍କ୍।
ବ୍ଲୁମବର୍ଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଓରାକେଲର ଆୟ ରିପୋର୍ଟ ପରେ ଏଲିସନଙ୍କ ନେଟ୍ ସମ୍ପତ୍ତି ୮୯ ବିଲିୟନ ଡଲାର ବୃଦ୍ଧି ପାଇ ୩୮୩.୨ ବିଲିୟନ ଡଲାରରେ ପହଞ୍ଚିଥିଲା। ଦିନର ଗୋଟିଏ ସମୟରେ, ତାଙ୍କ ସମ୍ପତ୍ତି ୧୦୧ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା; ଯାହା ବ୍ଲୁମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସରେ ରେକର୍ଡ ହୋଇଥିବା ସର୍ବାଧିକ ଏକ-ଦିନିକିଆ ଲାଭ।
ବୁଧବାର ଦିନ ୩୬% ବୃଦ୍ଧି ପାଇବା ପୂର୍ବରୁ ଓରାକେଲର ସେୟାର ୪୩% ବୃଦ୍ଧି ପାଇଥିଲା। ଓରାକେଲର ବଜାର ମୂଲ୍ୟ ପ୍ରାୟ ୨୪୪ ବିଲିୟନ ଡଲାର ବୃଦ୍ଧି ପାଇ ମୋଟ ୯୨୨ ବିଲିୟନ ଡଲାରରେ ପହଞ୍ଚିଥିଲା। ଲାଭ ହେତୁ ଓରାକେଲର ସର୍ବବୃହତ ବ୍ୟକ୍ତିଗତ ସେୟାରଧାରୀ ଏଲିସନ୍ କ୍ଷଣିକ ପାଇଁ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ହେଲେ ବୁଧବାର ବାଣିଜ୍ୟ ଶେଷ ସୁଦ୍ଧା, ମସ୍କ ୩୮୪.୨ ବିଲିୟନ ଡଲାର ସମ୍ପତ୍ତି ସହିତ ପୁନର୍ବାର ଶୀର୍ଷ ସ୍ଥାନ ହାସଲ କରିଥିଲେ, ଯାହା ଏଲିସନଙ୍କ ଠାରୁ ୧ ବିଲିୟନ ଡଲାର ଆଗରେ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/11/new-project-30-1-2025-09-11-20-01-04.jpg)