କଠୋର ନିଷ୍ପତ୍ତି ନେବାରେ ମସ୍କ-ଷ୍ଟିଭ୍‌ ଜବ୍‌ସଙ୍କ ଭିତରେ ସମାନତା

ନୂଆଦିଲ୍ଲୀ : ବିଶ୍ବର ଦୁଇ ଚର୍ଚ୍ଚିତ ଉଦ୍ୟୋଗୀପତି ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ଏବଂ ଆପଲ୍‌ର ସହ ପ୍ରତିଷ୍ଠାତା ସ୍ବର୍ଗତଃ ଷ୍ଟିଭ୍‌ ଜବ୍‌ସଙ୍କ ଭିତରେ ଏକ ବଡ଼ ସମାନତା ଥିବା ଜଣାପଡ଼ିଛି। କଠୋର ନିଷ୍ପତ୍ତି ଗ୍ରହଣ କରିବାରେ ଉଭୟ ଦକ୍ଷ ବୋଲି କୁହାଯାଉଛି। ଟ୍ବିଟରକୁ ୪,୪୦୦ କୋଟି ଟଙ୍କାରେ ଅଧିଗ୍ରହଣ କରିବା ପରେ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ବିଦା କରିବା ପରେ ପ୍ରାୟ ୩୭୦୦ କର୍ମଚାରୀଙ୍କୁ ଛଟେଇ କରିବା ଭଳି କଠୋର ନିଷ୍ପତ୍ତି ନେବା ସହଜ କଥା ନୁହେଁ। କିନ୍ତୁ ବିଶ୍ବ ବ୍ୟବସାୟ ଇତିହାସରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୧୯୯୭ରେ ଆପଲ୍‌ର ଷ୍ଟିଭ୍‌ ଜବ୍‌ସ ମଧ୍ୟ ସେଭଳି କଠୋର ପଦକ୍ଷେପ ନେଇଥିଲେ।

କିଛି ମାସ କଂପାନିଠାରୁ ଦୂରରେ ରହିବା ପରେ ୧୯୯୭ରେ ଷ୍ଟିଭ୍ ଯେତେବେଳେ ଆପଲ୍‌କୁ ଫେରିଲେ ସେହି ସମୟରେ କଂପାନିର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ସେତେବେଳେ ଆପଲ୍‌ର ସିଇଓ ଭାବେ ଗିଲ୍ ଆମେଲିଓ କାମ କରୁଥିଲେ। ଷ୍ଟିଭ୍‌ଙ୍କୁ କଂପାନିର ଉପଦେଷ୍ଟା ଦାୟିତ୍ବ ଦିଆଯାଇଥିଲା। ଗୋଟିଏ ମାସ କାମ କରିବା ପରେ ସେ କଂପାନିର ହାର୍ଡଓୟାର ଓ ସଫ୍ଟଓୟାର ପ୍ରକଳ୍ପରୁ ୪,୧୦୦ କର୍ମଚାରୀଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ।

ମସ୍କ ଯେଉଁ ଭଳି ଢଙ୍ଗରେ ଟ୍ବିଟରର ପୂର୍ବତନ ସିଇଓ ପରାଗ ଅଗ୍ରୱାଲ ଏବଂ ଅନ୍ୟମାନଙ୍କୁ ତଡ଼ି ଥିଲେ, ଷ୍ଟିଭ୍ ସେଭଳି ଭଳି ବରିଷ୍ଠ ଅଧିକାରୀଙ୍କୁ କଂପାନିରୁ ବାହାର କରିଥିଲେ। ଖର୍ଚ୍ଚ କାଟ କରିବା ଛଟେଇର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଷ୍ଟିଭ୍ ଜବ୍‌ସ ସେହି ସମୟରେ କହିଥିଲେ। କିଛି ବର୍ଷ ପରେ ଆପଲ୍‌ ଭବିଷ୍ୟତ ବଦଳିଯାଇଥିଲା ଏବଂ ତାହା ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିରେ ପରିଣତ ହୋଇପାରିଛି। ‌ତେବେ ମସ୍କ ଆଇଓଏସ୍ ଫୋନରେ ବ୍ଲୁ ଟିକ୍ ବ୍ୟବହାର ପାଇଁ ମାସିକ ୮ ଡଲାର ଅର୍ଥରାଶି ଆଦାୟ କରିବା ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ଆପଲ୍‌ର ଆପ୍ ଷ୍ଟୋର୍‌ରେ ଆପ୍‌କୁ ଅପଡେଟ୍ କରାଯାଇଛି।

ସମ୍ବନ୍ଧିତ ଖବର