ନୂଆଦିଲ୍ଲୀ: ମିରଟର ବହୁଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଭାଇରାଲ ଭିଡିଓଗୁଡ଼ିକ ମଧ୍ୟରେ କେଉଁଥିରେ ମୁସ୍କାନ ଓ ସାହିଲ ବୁଲୁଥିବାର ଦେଖିବାକୁ ମିଳୁଛି ତ କେଉଁଥିରେ କେକ କାଟି ନୃତ୍ୟ କରୁଛନ୍ତି। ସମ୍ପ୍ରତି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମୁସ୍କାନ ସାହିଲଙ୍କୁ କେକ ଖୁଆଇବା ସହିତ ଲିପଲକ ଚୁମ୍ବନ ଦେଉଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓଗୁଡ଼ିକୁ ପୁଲିସ ଗମ୍ଭୀରତା ସହ ନେଇ ଏହାର ସ୍ରୋତକୁ ଖାଜୁଛି। ସାହିଲ ଓ ମୁସ୍କାନ ଜେଲରେ ଥିବା ବେଳେ ତାଙ୍କର ଏହି ଭିଡିଓଗୁଡ଼ିକୁ କିଏ ଭାଇରାଲ କରୁଛି,  ଭିଡିଓ ଭାଇରାଲ କରିବାର ଉଦ୍ଦେଶ୍ୟ କ’ଣ ଥାଇପାରେ ଏସବୁ ଦିଗକୁ  କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି। ସୋସିଆଲ ମିଡିଆରେ ମନିଟରିଙ୍ଗ ଟିମକୁ ବି ପୁଲିସ  ସଜାଗ କରି ଦେଇଛି। 

ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ସୌରଭଙ୍କ ହତ୍ୟା ଘଟଣାକୁ ନେଇ ଲୋକେ ନ୍ୟାୟ ଦାବି ନେଇ ରାସ୍ତାକୁ ଓହ୍ଲାଇଛନ୍ତି। ହତ୍ୟାକାରୀ ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ହତ୍ୟାକାରୀଙ୍କୁ ଏପରି ଦଣ୍ଡ ଦିଆଯିବା ଉଚିତ ଯେପରି ଏମିତି ଘଟଣା ଦ୍ବିତୀୟବାର ସାମ୍ନାକୁ ନଆସେ ବୋଲି ଲୋକେ ସରକାରଙ୍କୁ ଗୁହାରି କରିଛନ୍ତି।