ମିରଟ: ଉତ୍ତର ପ୍ରଦେଶର ମିରଟରେ ସୌରଭ ରାଜପୁତ ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ତାଙ୍କ ସ୍ତ୍ରୀ ମୁସ୍କାନ ରସ୍ତୋଗୀ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହିତ ମିଶି ତାଙ୍କୁ ନିର୍ମମ ଭାବରେ ହତ୍ୟା କରିବା କଥା ସମ‌ସ୍ତେ ଜାଣନ୍ତି। ଏହି ଘଟଣାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୌରଭଙ୍କୁ ହତ୍ୟା କରିବା ପରେ, ସାହିଲ ଏବଂ ମୁସ୍କାନଙ୍କୁ ମିରଟରୁ ହିମାଚଳ ପ୍ରଦେଶର ସିମଲା-ମନାଲି ନେଇଯାଇଥିବା କ୍ୟାବ୍ ଡ୍ରାଇଭର ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

Advertisment

କ୍ୟାବ ଡ୍ରାଇଭର୍‌ଙ୍କ କହିବା ମୁତାବକ, ଦୁହେଁ ବହୁତ ମଜା କରୁଥିଲେ। ପବ୍‌ରେ ନାଚିବାଠାରୁ ଆରମ୍ଭ କରି ବରଫ ଆଚ୍ଛାଦିତ ଉପତ୍ୟକାରେ ବୁଲିବା, ମଦ ପାର୍ଟି ଏବଂ କେକ୍ କାଟିବା ପର୍ଯ୍ୟନ୍ତ ଭିଡିଓ ସାମ୍ନାକୁ ଆସିଛି। ସେମାନଙ୍କୁ ଦେଖିଲେ ମନେହୁଏ ନାହିଁ ଯେ ସେମାନଙ୍କ ମୁହଁରେ ସେହି ଜଘନ୍ୟ ଅପରାଧର କୌଣସି ଚିହ୍ନ ଅଛି।

ଅଜବ ସିଂହ ନାମକ ଜଣେ କ୍ୟାବ୍ ଡ୍ରାଇଭର ଅନେକ ଖୁଲାସା କରିଛନ୍ତି। ତାଙ୍କ କହିବା ମୁତାବକ, ସେ ଦୁହେଁ ପଛ ସିଟରେ ବସିଥିଲେ। ଏହି ସମୟ ମଧ୍ୟରେ ସେମାନେ ପରସ୍ପର ସହିତ ବହୁତ କମ୍ କଥାବାର୍ତ୍ତା କରୁଥିଲେ। ଯେତେବେଳେ କେହି ଫୋନ୍ କରୁଥିଲେ, ସେ ବାହାରକୁ ଯାଇ କଥା ହେଉଥିଲେ। ସେମାନଙ୍କ କଥାବାର୍ତ୍ତାରୁ ଜଣାପଡୁଥିଲା ଯେ ସାହିଲ ଦିନକୁ ୩ ବୋତଲ୍‌ ମଦ ପିଅନ୍ତି ଓ ମୁସ୍କାନ ବି ତାଙ୍କ ସହ କେବେ କେବେ ପିଇଦିଅନ୍ତି।

ମିରଟରେ ସ୍ୱାମୀ ସୌରଭଙ୍କୁ ହତ୍ୟା କରିବା ପରେ ମଜା କରିବା ପାଇଁ ସିମଲା ଯାଇଥିବା ମୁସ୍କାନ ରସ୍ତୋଗୀ ସେଠାରେ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ପାଇଁ ଏକ କେକ୍ ଅର୍ଡର କରିଥିଲେ। ଉଭୟଙ୍କ କେକ୍ କାଟିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।