ନୂଆଦିଲ୍ଲୀ: କ୍ରିଫ୍ଟୋକରେନ୍ସି ସିବା ଇନୁରେ ବ୍ୟବହାର କରାଯାଇଥିବା କୁକୁର ‘ଫ୍ଲୋକି’ର ଛବିକୁ ପୋଷ୍ଟ କରି ଟ୍ବିଟରକୁ ନୂଆ ସିଇଓ ମିଳିଗଲା ବୋଲି ଏହାର ମାଲିକ ଏଲନ୍ ମସ୍କ ଘୋଷଣା କରିଛନ୍ତି। ଚୌକି ଉପରେ ବସିଥିବା କୁକୁରର ଟି-ସାର୍ଟରେ ସିଇଓ ଲେଖାଯାଇଛି। ପୂର୍ବରୁ କଂପାନିର ସିଇଓ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ଭାରତୀୟ ପରାଗ ଅଗ୍ରୱାଲ୍ଙ୍କୁ କଟାକ୍ଷ କରି ମସ୍କ ଲେଖିଛନ୍ତି ଯେ ପରାଗଙ୍କ ତୁଳନା ଏହି କୁକୁର ଜଣେ ଭଲ ସିଇଓ।
କିଛି ମାସ ପୂର୍ବେ ୪୪୦୦ କୋଟି ଡଲାରରେ ମସ୍କ ଟ୍ବିଟରକୁ କିଣିଛନ୍ତି। କଂପାନିକୁ ଅଧିଗ୍ରହଣ କରିବା ପରେ ସେ ପରାଗ ଏବଂ ବିଜୟା ଗାଡ୍ଡେ, ନିଲ୍ ସେଜଲ୍ଙ୍କୁ ତୁରନ୍ତ ବିଦା କରିଥିଲେ।