ନୂଆଦିଲ୍ଲୀ: ଶିବସେନା ଶିକ୍ଷା କ୍ଷେତ୍ରରେ ମୁସ୍୍ଲିମ ସଂପ୍ରଦାୟ ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରିଛି। ସେନା ସୁପ୍ରିମୋ ଉଦ୍ଧବ ଥାକ୍୍ରେ କହିଛନ୍ତ, ମୁସ୍ଲିମ୍ଙ୍କୁ ୫ ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଶିବସେନାର ଏହି ବୟାନକୁ ଅସଉଦ୍ଦିନ ଅେଓ୍ଵସିଙ୍କ ଏଆଇଏମ୍୍ଆଇଏମ୍୍ ଦଳ ସ୍ୱାଗତ କରିଛି। ଶିବସେନା ମହାରାଷ୍ଟ୍ରରେ ନିଜ ସହଯୋଗୀ ଦେବେନ୍ଦ୍ର ଫଡନାଭିସ ସରକାରକୁ ଏହି ମାମଲାରେ ବିରୋଧ କରିଛି ଏବଂ ବମ୍ବେ ହାଇକୋର୍ଟ ଦ୍ୱାରା ମୁସ୍୍ଲିମ୍ଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବା ସଂକ୍ରାନ୍ତ ଆଦେଶକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ଅବହେଳା କରିଥିବା ଅଭିଯୋଗ କରିଛି।
ମୁସ୍ଲିମ୍ଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ଦାବି କଲା ଶିବସେନା
/sambad/media/post_attachments/wp-content/uploads/2018/08/Shiv-Sena-activists_Reuters1200X630.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)