ଲଣ୍ଡନ : ବ୍ରିଟେନର ଲିସେଷ୍ଟରଠାରେ ଶନିବାର ରାତିରେ ହିଂସା ଦେଖିବାକୁ ମିଳିଛି। ଅଗଷ୍ଟ ୨୮ରେ ଏସିଆ କପ୍ କ୍ରିକେଟ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା। ସେହିଦିନ କିଛି ହିନ୍ଦୁବ୍ୟକ୍ତି ଏବଂ ସେମାନଙ୍କ ଘର ଉପରେ ମୁସଲମାନମାନେ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ହିନ୍ଦୁମାନେ ଗତକାଲି ଲିସେଷ୍ଟର ସହର ରାସ୍ତାରେ ବିକ୍ଷୋଭ କରିଥିଲେ।
ତେବେ କିଛି ମୁସଲିମ ଲୋକ ଆନ୍ଦୋଳନକାରୀଙ୍କ ଉପରକୁ କାଚ ବୋତଲ ଫିଙ୍ଗିଥିଲେ। ଏଥିସହିତ ପୁଲିସ ସମ୍ମୁଖରେ କିଛି ମୁସଲିମ ଲୋକ ଗେରୁଆ ପତାକାକୁ ଅସମ୍ମାନ କରାଯାଇଥିଲା। ଶନିବାର ହିଂସା ମାମଲାରେ ଲିସେଷ୍ଟର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ତେବେ ବିବାଦ ଆରମ୍ଭ ଦିନଠାରୁ ଏହି ମାମଲାରେ ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/licester.jpg)