ରାଞ୍ଚିରେ ମୁସଲିମ୍‌ ସଂପ୍ରଦାୟ ନେଲେ ନିଷ୍ପତ୍ତି, ସଡ଼କ ଉପରେ ପଢ଼ିବେନି ନମାଜ

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ମୁସଲିମ୍‌ ଭାଇମାନେ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ଆଉ ସଡ଼କ ଉପରେ ନମାଜ ପାଠ କରିବେ ନାହିଁ। ଏକରା ମସଜିଦ୍‌ର ମୌଲାନା ଅବଦୁଲ୍ଲା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଲୋକଙ୍କୁ ସଡ଼କ ଉପରେ ନମାଜ ପାଠ ନ କରିବା ପାଇଁ କହିଛୁ। କାରଣ ଏହା ଇସ୍‌ଲାମ ବିରୋଧୀ ନୀତି ଅଟେ। କିଛି ଲୋକ ନମାଜ ପାଠ କରିବା ପାଇଁ ସଡ଼କ ଉପରେ ଛିଡ଼ା ହୋଇଯାଆନ୍ତି। ମାତ୍ର ଏବେ ଏହି କାମ ମସଜିଦ୍‌ ଭିତରେ ହିଁ କରାଯିବ।

ଏପର୍ଯ୍ୟନ୍ତ ମହାତ୍ମା ଗାନ୍ଧି ରୋଡ ସମେତ ରାଞ୍ଚିର କିଛି ଗୁରୁତ୍ୱପୂର୍ଣ୍ଣ ସଡ଼କରେ ନମାଜ ପାଠ କରାଯାଉଥିଲା। ଶୁକ୍ରବାର ନମାଜ ପାଠ ଯୋଗୁଁ ରାସ୍ତାଗୁଡ଼ିକ ପ୍ରବଳ ଭିଡ ରହୁଥିଲା। ଫଳରେ ଯାତାୟତ ପ୍ରଭାବିତ ହେଉଥିଲା। ମାତ୍ର ଗତ ଶୁକ୍ରବାର ଶହ ଶହ ମୁସଲିମ୍‌ ଭାଇମାନେ ରତନ ଟକିଜ୍‌ ନିକଟରେ ଥିବା ଏକରା ମସଜିଦ ଭିତରେ ନମାଜ ପାଠ କରିଥିଲେ।

ଅବଦୁଲ୍ଲା କହିଛନ୍ତି, ମୁଖ୍ୟରାସ୍ତା ସହରର ଗୁରୁତ୍ୱପୂର୍ଣ୍ଣ ରୁଟ ଅଟେ। ସ୍କୁଲ ବସ, ଆମ୍ବୁଲାନ୍ସ ଓ ଗୁରୁତ୍ୱପୂର୍ଣ୍ଣ ବାହନ ଏହି ରାସ୍ତାଦେଇ ଯିବା ଆସିବା କରିଥାଏ। ନମାଜ ପାଠ ନାମରେ ଅନ୍ୟକୁ ଅସୁବିଧାରେ ପକାଇବା ଇସଲାମ ବିରୋଧୀ ନୀତି।

ସମ୍ବନ୍ଧିତ ଖବର