ମିରଟ (ଉତ୍ତର ପ୍ରଦେଶ): ‘ସିଏଏ’ ପ୍ରତିବାଦ ସମୟରେ ହିଂସାକାଣ୍ଡ ଯୋଗୁଁ ନଷ୍ଟ ହୋଇଥିବା ସର୍ବସାଧାରଣ ସମ୍ପତ୍ତି ବାବଦ ଭରଣା କରିବାକୁ ଉତ୍ତରଦାୟୀ ଲୋକମାନଙ୍କୁ ପାଖକୁ ବୁଲନ୍ଦସହର ଜିଲ୍ଲା ପ୍ରଶାସନ ନୋଟିସ୍ ପଠାଇବା ପରେ ସ୍ଥାନୀୟ ବୁଲନ୍ଦସହର ମୁସଲମାନ ସମ୍ପ୍ରଦାୟ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ୬. ୨୭ ଲକ୍ଷ ଟଙ୍କାର ଡିମାଣ୍ଡ୍ ଡ୍ରାଫ୍ଟ ଦେଇଛନ୍ତି।
ବରିଷ୍ଠ ସରକାରୀ ଅଧିକାରୀମାନେ ଏହାକୁ ‘ଅନୁତାପ ପ୍ରେରିତ ସ୍ୱତଃସ୍ଫୃତ କାର୍ଯ୍ୟ’ ବୋଲି କହିଛନ୍ତି। ଉପୀରକୋଟ ଅଞ୍ଚଳବାସୀଙ୍କର ଏକ ପ୍ରତିନିଧି ଦଳ ଜିଲ୍ଲା ମାଜିଷ୍ଟ୍ରେଟ୍ ରବୀନ୍ଦ୍ର କୁମାର ଏବଂ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସନ୍ତୋଷ କୁମାର ସିଂହଙ୍କୁ ଏହି ଡିମାଣ୍ଡ୍ ଡ୍ରାଫ୍ଟ୍ ପ୍ରଦାନ କରିଛନ୍ତି। ଡିସେମ୍ବର ୨୦ ତାରିଖ ଦିନ ପ୍ରତିବାଦକାଳୀନ ସଂଘର୍ଷ ବେଳେ ହୋଇଥିବା ସର୍ବସାଧାରଣ ସମ୍ପତ୍ତି ନଷ୍ଟଜନିତ ଭରଣା ବାବଦରେ ଏହା ଦିଆଯାଇଥିବା କଥା ସେମାନେ କହିଛନ୍ତି।
Image Source: The Times of Indiaଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ସ୍ଥାନୀୟ ରାଜନେତା ଶକିଲୁଲ୍ଲା ଏବଂ କୋଟ୍ଓ୍ଵାଲି ସହରାଞ୍ଚଳ ମୁସଲମାନ ସମ୍ପ୍ରଦାୟର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି। ଏଭଳି ହିଂସାକାଣ୍ଡର ପୁନରାବୃତ୍ତି ହେବ ନାହିଁ ବୋଲି ସେମାନେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/police.jpg)