କୋଟା: ରାଜସ୍ଥାନର କୋଟାର ଏକ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରସ୍ତୁତ କରିଥିବା କାରୁକାର୍ଯ୍ୟ ଏବେ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି। କୋଟା ଷ୍ଟେସନ ଅଞ୍ଚଳର ମହାତ୍ମା ଗାନ୍ଧୀ କଲୋନିରେ ରହୁଥିବା କୟୁମ ବେଗ ଓ ତାଙ୍କର ପରିବାର ପ୍ରାୟ ଏକ ମାସ ଧରି ନିରବଛିନ୍ନ ପରିଶ୍ରମ କରି ଏହା ପ୍ରସ୍ତୁତ କରିଥିବା ଜଣାଯାଇଛି । ଏହି କାରିଗରମାନେ ମନ୍ଦିରର ଗୁମ୍ଫା ସହିତ ଛତ୍ର ଧ୍ୱଜା, ଆରତୀ, କଳସ, ଜୟମାତା ଦି ଲେଖାଥିବା ବୋର୍ଡ ସହିତ ଆହୁରି କେତେକ ସ୍ଥଳରେ ବି ସୁନାରୂପାର କାମ କରିଛନ୍ତି ।
ଏମାନଙ୍କଦ୍ବାରା ତିଆରି ହୋଇଥିବା ଏକ କଳା ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଲାଗିଛି । ଦେବୀଙ୍କ ଦରବାରରେ ସୁନାରେ ତିଆରି କବାଟ ଝଲସୁଛି। ସୁନାର ଏହି କବାଟର ଗୋଟିଏ ପାଶ୍ୱର୍ରେ ମା’ ଲକ୍ଷ୍ମୀ ଓ ଅନ୍ୟ ପାଶ୍ୱର୍ରେ ଆରତୀ ଚିତ୍ର କରାଯାଇଛି । ଏହା ବ୍ୟତୀତ କବାଟରେ ଭଗବାନ ଗଣପତିଙ୍କ ଫଟୋ ଓ ମନ୍ତ୍ର ଲିପିବନ୍ଧ ହୋଇଛି । କବାଟର ଉପର ଅଂଶରେ ଏକ ସ୍ୱତନ୍ତ୍ର ଡିଜାଇନର ସିଡି ନିର୍ମାଣ କରାଯାଇଛି ।ଏହା ୯ ଦେବୀଙ୍କର ପ୍ରତୀକ ବୋଲି କୁହାଯାଉଛି ।