ନୂଆଦିଲ୍ଲୀ: ୨୦୧୯ ଲୋକସଭା ର୍ନିବାଚନ ପାଇଁ ମୁସ୍ଲିମ ନେତାମାନେ ଏବେ ରଣନୀତିକ ନିରବତା ଅବଲମ୍ବନ କରିଛନ୍ତି। ମୁସ୍ଲିମ ନେତାମାନେ ଏଥର ବିବାଦୀୟ ବୟାନରୁ ଦୂରରେ ରହୁଥିବା ବେଳେ ଧର୍ମଗୁରୁମାନେ ଫତୱା ଜାରିରୁ ଦୂରେଇ ରହିଛନ୍ତି। ମୁସ୍ଲିମ ସଂଗଠନଗୁଡ଼ିକ ପକ୍ଷରୁ କୌଣସି ନେତା ବିବାଦୀୟ ଟିପ୍ପଣୀ ଦେଇଥିବା ନଜିର ନାହିଁ। ଅଲ୍ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ ଏବଂ ବିଭିନ୍ନ ମଦ୍ରାସାର ପ୍ରମୁଖ ସଂଚାଳକମାନେ ମଧ୍ୟ କୌଣସି ଟିପ୍ପଣୀ ନଦେଇ ରହସ୍ୟମୟ ଭାବେ ଚୁପ୍ ରହିଛନ୍ତି। ଉତ୍ତରପ୍ରଦେଶରେ ଗୋଟିଏ ପଟେ ମହାମେଣ୍ଟ ମୁସ୍ଲିମ ଭୋଟର୍ଙ୍କ ସମର୍ଥନ ଆଶାରେ ରହିଥିବା ବେଳେ କଂଗ୍ରେସ ମଧ୍ୟ ମୁସ୍ଲିମ ଭୋଟ୍ ହାସଲ ପାଇଁ ପ୍ରୟାସ ଜାରି ରଖିଛି। କିନ୍ତୁ ଏହା ସତ୍ତ୍ବେ ଦେବବନ୍ଦରୁ ଆରମ୍ଭ କରି ଲକ୍ଷ୍ନୌ ପର୍ଯ୍ୟନ୍ତ ମୁସ୍ଲିମ ଧର୍ମଗୁରୁମାନେ କୌଣସି ମେଣ୍ଟ କିମ୍ବା ଦଳ ସପକ୍ଷରେ ଖୋଲା ସମର୍ଥନ ପାଇଁ ଆସିନାହାନ୍ତି। ନିର୍ବାଚନ ସମୟରେ ରାଜନୈତିକ ସକ୍ରିୟତା ଦେଖାଉଥିବା ସାହି ଇମାମ୍ ସୟଦ ଅହମ୍ମଦ ବୁଖାରି ମଧ୍ୟ ଏଥର କୌଣସି ଦଳ ସପକ୍ଷରେ ମତଦାନ କରିବାକୁ ମୁହଁ ଖୋଲିନାହାନ୍ତି। ୨୦୧୯ ଲୋକସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ହେଉଥିବା ବେଳେ ୩ଟି ପର୍ଯ୍ୟାୟରେ ମତଦାନ ସଂପୂର୍ଣ୍ଣ ହୋଇସାରିଛି।
୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ସହ ରାଜ୍ୟରେ କ୍ଷମତାକୁ ଫେରିଥିଲା। ଏଥର ଲୋକସଭା ପାଇଁ ରାଜ୍ୟରେ ମହାମେଣ୍ଟ ଗଠନ ସତ୍ତ୍ବେ ବିଜେପିର ସ୍ଥିତି ସୁଦୃଢ଼ ରହିଥିବା ବିଭିନ୍ନ ସର୍ଭେ ଆକଳନରେ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘନିଷ୍ଠ କୁହାଯାଉଥିବା ମୁସ୍ଲିମ୍ ସଂଗଠକ ଜଫର ସୁରେଶୱାଲା କହିଛନ୍ତି ଯେ ମୁସ୍ଲିମ ସଂପ୍ରଦାୟ କାହାର ପ୍ରଲୋଭନ ଏବଂ ତୁଷ୍ଟୀକରଣ ରାଜନୀତିର ଶିକାର ନ ହେବାକୁ ଆମେ ବ୍ୟାପକ ସଚେତନତା ସୃଷ୍ଟି କରିଛୁ ଏବଂ ମୁସ୍ଲିମ ସଂପ୍ରଦାୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅଲ୍ ଇଣ୍ଡିଆ ମୁସ୍ଲିମ ପର୍ସନାଲ ଲ ବୋର୍ଡ ସଦସ୍ୟ ଜଫରୟାବ ଜିଲାନି କହିଛନ୍ତି ଯେ ନିର୍ବାଚନ ପ୍ରଚାର ସମୟରେ ମୁସ୍ଲିମ ନେତା ଏବେ ପରିପକ୍ବତା ଦେଖାଉଛନ୍ତି। ସାଧାରଣ ବୟାନବାଜିକୁ ନେଇ ଉତ୍ତେଜନା ବଢ଼ାଇବା ଭଳି ମନ୍ତବ୍ୟ ନ ଦେବାକୁ ଏବେ ଅନେକ ନେତା ଗୁରୁତ୍ବ ଦେଉଥିବା ସେ କହିଛନ୍ତି।
ମୁସ୍ଲିମ ଧର୍ମଗୁରୁ ନିରବ କାହିଁକି?
ଫତୱା, ବିବାଦରୁ ଦୂରରେ ସାହି ଇମାମ୍
/sambad/media/post_attachments/wp-content/uploads/2019/04/muslim.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)