ବରେଲି: ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲମାନ ଯୁବତୀ | ୟୁପିର ବରେଲିରେ ଘଟିଛି ଏହି ଘଟଣା | ଯୁବତୀଙ୍କ ନାମ ସମ୍ରିନ୍ ହୋଇଥିବାବେଳେ ଯୁବକଙ୍କ ନାମ ମିତ୍ରପାଲ୍ | ମିତ୍ରପାଲଙ୍କୁ ବିବାହ କରିବା ପରେ ସମ୍ରିନ୍ ବର୍ତ୍ତମାନ ସୁମନ ହୋଇଯାଇଛନ୍ତି। ସେ ତାଙ୍କର ଧର୍ମ ପରିବର୍ତ୍ତନ କରି ନିଜ ନାମ ବଦଳାଇଛନ୍ତି।
ବିବାହ ପରେ ସୁମନ କହିଛନ୍ତି ଯେ, ସେ ବୁର୍ଖା ପିନ୍ଧି ରହିବାକୁ ପସନ୍ଦ କରନ୍ତି ନାହିଁ | ସେ ମିତ୍ରପାଲଙ୍କୁ ଭଲ ପାଉଥିଲେ| ତେଣୁ ସେ ସ୍ୱଇଚ୍ଛାରେ ନିଜ ଧର୍ମକୁ ପରିବର୍ତ୍ତନ କରି ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି। ସୁମନ ଏବଂ ମିତ୍ରପାଲ ବରେଲିର ଅଗସ୍ତ୍ୟ ମୁନି ଆଶ୍ରମରେ ପହଞ୍ଚି ବିବାହ କରିଥିବା ଜଣାପଡିଛି। ଏହାପୂର୍ବରୁ ସମ୍ରିନ ଧର୍ମ ବଦଳାଇ ସୁମନ ହୋଇଥିଲେ | ସମସ୍ତ ରୀତିନୀତି ସହିତ ସେ ସନାତନ ଧର୍ମ ଗ୍ରହଣ କରିଥିବା କୁହାଯାଉଛି |
/sambad/media/post_attachments/89ee064bd37db0771917c258075eb3dfd9172429a1bbadd637196bf46e4b428e.jpg)
ସୂଚନା ମୁତାବକ, ସୁମନ ବରେଲିର ଇଜ୍ଜତ ନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା କୁଆଁ ଟାଣ୍ଡାର ବାସିନ୍ଦା। ସେ ବୁର୍ଖା ପିନ୍ଧିବାକୁ ପସନ୍ଦ କରୁନଥିବା ସହ ଅନେକ ରୀତିନୀତି ମଧ୍ୟ ପସନ୍ଦ କରୁନଥିଲେ | ତେଣୁ ସେ ଇସଲାମ ଧର୍ମ ଛାଡି ନିଜ ପ୍ରେମିକଙ୍କ ସହ ଆଶ୍ରମରେ ପହଞ୍ଚିବା ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରି ସନାତନ ଧର୍ମ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/t-168.jpg)