ସ୍ମୃତି ଇରାନୀଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଲେ ରାଜୀବ ଗାନ୍ଧୀଙ୍କ ଅନୁଗତ ମୁସଲମାନ ନେତା

ଆମେଥି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକସଭା କ୍ଷେତ୍ର ଆମେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନୁଗତ ନେତାଙ୍କ ସମେତ ଶହ ଶହ କଂଗ୍ରେସ ନେତା ବିଜେପିରେ ଯୋଗ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ ମୁସଲମାନ୍‌ ମୁଖିଆଙ୍କ ସମେତ ୧୪୦ ଜଣ କଂଗ୍ରେସ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ରାୟବରେଲି ପରଦେଶପୁର ରୋଡରେ ଥିବା ଏସ୍‌ ଅଟୋମୋବାଇଲର ମାଲିକ ମହମ୍ମଦ ସଇଦ୍‌ ଖାନ୍‌ କେନ୍ଦ୍ରମନ୍ତ୍ରୀ ତଥା ଆମେଥିର ବିଜେପି ଲୋକସଭା ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଉପସ୍ଥିତରେ ପଦ୍ମ ଧରିଛନ୍ତି। ସଇଦ୍‌ ଖାନ୍‌ ରାଜୀବ ଗାନ୍ଧୀଙ୍କର ଜଣେ ଅନୁଗତ କଂଗ୍ରେସ ନେତା ଭାବେ ବେଶ୍‌ ପରିଚିତ।

ଏହି ଅବସରରେ ସଇଦ୍‌ ଖାନ୍‌ କହିଛନ୍ତି ଯେ ବିଜେପି ହେଉଛି ଏକମାତ୍ର ପାର୍ଟି, ଯିଏ ଗାଆଁ ଲୋକମାନଙ୍କର ବିକାଶ କରିପାରେ। ଏଥିପାଇଁ ସେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି।ଆମେଥିରେ ମୁସଲିମ୍‌ ସଂପ୍ରଦାୟର ଲୋକେ ସ୍ମୃତି ଇରାନୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ଜଣାଯାଇଛି। ଠିକ୍‌ ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ଗଜାଧର ସିଂହ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି। 

ସମ୍ବନ୍ଧିତ ଖବର