ରମଜାନ ସମୟରେ ରୋଜା ରଖି ମୁସଲମାନ୍‌ମାନେ ଭୋଟ୍‌ ଦେବାକୁ ଯିବେ କିପରି ବୋଲି ପ୍ରଶ୍ନ କଲେ ଟିଏମ୍‌ସି ନେତା

କୋଲକାତା: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ମୁସଲମାନ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଏହି ମୁସଲମାନ ନେତା ଓ ମୌଲାନାମାନେ ନିର୍ବାଚନ କମିଶନଙ୍କ ମନୋଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନେ କେତେକ ନିର୍ବାଚନ ତାରିଖ ବଦଳାଇବାକୁ ବି ଦାବି କରିଛନ୍ତି। କୋଲକାତାର ମେୟର ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଫିରହାଦ୍‌ ହାକିମ୍‌ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ପଦ। ତାଙ୍କ ବିରୁଦ୍ଧରେ କିଛି କହିବାର ନାହିଁ ।

ଉତ୍ତରପ୍ରଦେଶ,ବିହାର ଓ ପଶ୍ଚିମ ବଙ୍ଗର ମୁସଲମାନ ଭୋଟର ମାନଙ୍କୁ ଅସୁବିଧାରେ ପକାଯାଇଛି ବୋଲି ସେ କହିଛନ୍ତି। କାରଣ ନିର୍ବାଚନ ତାରିଖ ରମଜାନ୍‌ ମାସରେ ରଖାଯାଇଛି। ଏହି ତିନି ରାଜ୍ୟରେ ମୁସଲମାନଙ୍କ ସଂଖ୍ୟା ଅଧିକ ଓ ଭାଜପା ଚାହୁଁଛି ଯେ ଏମାନେ ମତଦାନ ସାବ୍ୟସ୍ତ କରିବାକୁ ନ ଯାଆନ୍ତୁ। କାରଣ ରମଜାନ ସମୟରେ ରୋଜା ରଖି ମୁସଲମାନ୍‌ମାନେ ଭୋଟ୍‌ ଦେବାକୁ ଯିବେ ନାହିଁ। ଉତ୍ତର ପ୍ରଦେଶରେ ମଇ ୬,୧୨ ଓ ୧୯ରେ ନିର୍ବାଚନ ହେବ। ମଇ ୬ ତାରିଖରେ ରମଜାନ୍‌ ଆରମ୍ଭ ହେଉଛି।ଏହି କାରଣରୁ ସେ ନିର୍ବାଚନ ତାରିଖ ବଦଳାଇବାକୁ ବି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର