କର୍ଣ୍ଣାଟକର ଲିଙ୍ଗାୟତ ମଠର ମୁଖ୍ୟ ଭାବେ ମୁସ୍‌ଲିମ ଯୁବକ ମନୋନୀତ

ବେଙ୍ଗାଲୁରୁ : କର୍ଣ୍ଣାଟକର ଗଡ଼ାଗ୍‌ସ୍ଥିତ ଲିଙ୍ଗାୟତ ମଠର ମୁଖ୍ୟ ଭାବେ ଜଣେ ମୁସ୍‌ଲିମ ସମ୍ପ୍ରଦାୟର ଯୁବକଙ୍କୁ ମନୋନୀତ କରାଯାଇଛି। ଦିୱାନ ସରିଫ ମୁଲ୍ଲା ନାମକ ଜଣେ ୩୦ ବର୍ଷୀୟ ମୁସ୍‌ଲିମ ଯୁବକ କର୍ଣ୍ଣାଟକର ଗଡ଼ାଗ ଲିଙ୍ଗାୟତ ମଠର ମୁଖ୍ୟ ହୋଇଛନ୍ତି। ଦ୍ବାଦଶ ଶତାବ୍ଦୀର କବି ସନ୍ଥ ବାସବ ଲିଙ୍ଗାୟତ ଧର୍ମର ପ୍ରତିଷ୍ଠା କରିଥିଲେ। ଦିୱାନ ସରିଫ୍‌ ପିଲାଟି ଦିନୁ ବାସବଙ୍କର ଜଣେ ଭକ୍ତ ଥିଲେ। ତାଙ୍କ ପିତା, ମାତା ମଧ୍ୟ ଲିଙ୍ଗାୟତ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ଦେଶର ୩୬୧ ଲିଙ୍ଗାୟତ ମଠ ମଧ୍ୟରେ ଗଡ଼ାଗ ମଠ ଅନ୍ୟତମ। ଦିୱାନ ସରିଫଙ୍କ ପରିବାର ଲିଙ୍ଗାୟତ ଧର୍ମକୁ ସମ୍ମାନ ଦେଇ ଆସୁଛନ୍ତି। ଦିୱାନଙ୍କ ପିତା, ମାତା ଦୁଇ ଏକର ଜମି ମଧ୍ୟ ଏହି ମଠକୁ ଦାନ କରିଛନ୍ତି। ପୂର୍ବରୁ ଦିୱାନଙ୍କ ବାପା ପରୋକ୍ଷରେ ଏହି ମଠର ରକ୍ଷଣାବେକ୍ଷଣ ଦାୟିତ୍ବ ବୁଝୁଥିଲେ। ଦିୱାନଙ୍କ ପିତା, ମାତା ଲିଙ୍ଗାୟତ ଧର୍ମର ବଡ଼ ପ୍ରଶଂସକ ଥିଲେ। ପିତା, ମାତାଙ୍କ ପ୍ରଭାବରେ ଦିୱାନ ସରିଫ୍‌ ଲିଙ୍ଗ‌ାୟତ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ବର୍ତ୍ତମାନ ସେ ଗଡ଼ାଗ ମଠର ମୁଖ୍ୟ ଭାବେ ମନୋନୀତ ହୋଇଛନ୍ତି। ଜଣେ ମୁସ୍‌ଲିମ ହୋଇ ଲିଙ୍ଗାୟତ ମଠର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ତାଙ୍କୁ କେହି ବି ବିରୋଧ କରି ନାହାନ୍ତି ବୋଲି ଦିୱାନ ସରିଫ୍‌ କହିଛନ୍ତି। ଭଗବାନଙ୍କ ନିକଟରେ ଜାତି, ଧର୍ମ ପାଚେରି ଠିଆ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର