ମିରଟ : ଉତ୍ତର ପ୍ରଦେଶର ମେରଠରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମୁସଲମାନ ଯୁବକ ମାସ ମାସ ଧରି ମନ୍ଦିରରେ ସାଧୁ ବେଶରେ ରହୁଥିଲା । ଏପରିକି ସେ ମନ୍ଦିରରେ ରହି ପୂଜାର୍ଚ୍ଚନା କରୁଥିଲା । ଲୋକେ ତାଙ୍କ ପାଦ ଛୁଇଁ ଦାନ କରୁଥିଲେ। ତେବେ ନିକଟରେ ଗାଁ ଲୋକଙ୍କ ସଂଦେହ ହେବା ପରେ ତାହାର ଅସଲି ଚେହେରା ଧରାପଡ଼ିଯାଇଛି । ତାକୁ ପୁଲିସ ଗିରଫ କରିଛି । ଉକ୍ତ ବ୍ୟକ୍ତିର ପ୍ରକୃତ ନାମ ଗୁଲୁ, ଯାହାକୁ ସେ ବଦଳାଇ ଗୁଡ୍ଡୁ ରଖିଥିଲା ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମିରଟର ଦୌରାଲା ଥାନା ଅନ୍ତର୍ଗତ ମାତୋର ଗାଁରେ । ଏଠାରେ ଥିବା ଏକ ଶିବ ମନ୍ଦିରରେ ଗୁଲୁ ରହୁଥିଲା । ସେ ମନ୍ଦିରରେ ପୂଜା କରୁଥିଲା । ଏହା ସହିତ ସେ ଲୋକଙ୍କୁ ଆଶୀର୍ବାଦ କରିବା ସହ ମନ୍ଦିରର ସବୁକାମ କରୁଥିଲା ।
ନିକଟରେ ତା ଉପରେ ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ଏହାକୁ ଧରିଥିଲେ । ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାର ପର୍ଦ୍ଦାଫାଶ କରିଥିଲା। ସାଧୁ ପାଲଟିଥିବା ଏହି ବ୍ୟକ୍ତିକୁ ପୁଲିସ ଗିରଫ କରି ଜେଲ୍ ପଠାଇଦେଇଛି । ସେ ଗତ ଜାନୁଆରୀ ମାସରୁ ଶିବ ମନ୍ଦିରରେ ରହୁଥିଲା । ତାଙ୍କୁ ମନ୍ଦିରରେ ରଖିଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେ ପୂରା ମନ୍ଦିରର ମୁଖ୍ୟ ପୂଜକ ପାଲଟି ଯାଇଥିଲା । ଧରା ପଡ଼ିବା ପରେ ସେ ପୋଲିସକୁ କହିଛି ଯେ ସେ ହିନ୍ଦୁ ହୋଇଯିବ ଏବଂ ତାଙ୍କୁ ଜେଲ ପଠାନ୍ତୁ ନାହିଁ ।