ମୁସଲିମ୍ ଛାତ୍ରଙ୍କୁ ସୂର୍ଯ୍ୟ ନମସ୍କାର କରିବାକୁ ମନାକଲା ମୁସଲିମ୍ ପର୍ସନାଲ୍ ଲ ବୋର୍ଡ

ନୂଆଦିଲ୍ଲୀ: ସ୍ଵାଧୀନତାର ୭୫ ତମ ବର୍ଷପୂର୍ତ୍ତି ଅବସରରେ ଜାନୁଆରି ୧ରୁ ୭ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ସରକାର ରାଜ୍ୟର ସ୍କୁଲ ମାନଙ୍କରେ ଆୟୋଜିତ ହେଉଥିବା ସୂର୍ଯ୍ୟ ନମସ୍କାରକୁ ନେଇ ଆପତ୍ତି ଜଣାଇଛି ସର୍ବ ଭାରତୀୟ ମୁସଲିମ୍ ପାର୍ସନାଲ୍ ଲ ବୋର୍ଡ । ବୋର୍ଡ କହିଛି ଯେ ସୂର୍ଯ୍ୟ ନମସ୍କାର ସୂର୍ଯ୍ୟ ପୂଜାର ଏକ ଅଂଶ ଅଟେ ଓ ଇସ୍‌ଲାମ୍‌ରେ ଏହାକୁ ଅନୁମତି ଦିଆଯାଇ ନାହିଁ ।

ସର୍ବ ଭାରତୀୟ ମୁସଲିମ୍ ପାର୍ସନାଲ୍ ଲ ବୋର୍ଡର ମହାସଚିବ ମୌଲାନା ଖାଲିଦ୍ ସୈଫୁଲ୍ଲା ରେହମାନି କହିଛନ୍ତି, ସୂର୍ଯ୍ୟ ନମସ୍କାର ମୁସ୍‌ଲିମ୍‌ ଛାତ୍ର କରନ୍ତୁ ନାହିଁ । ଏହା ପୂଜା କରିବା ଭଳି ଓ ଇସ୍‌ଲାମ ଏହାକୁ ଅନୁମତି ଦେଇ ନଥାଏ । ଖାଲିଦ୍ ସୈଫୁଲ୍ଲାଙ୍କ ଏହି ବୟାନ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୟୁପି ସରକାରଙ୍କ ମନ୍ତ୍ରୀ ମହସିନ୍ ରଜା କହିଛନ୍ତି, ବୋର୍ଡ କ୍ରମାଗତ ମୁସଲମାନମାନଙ୍କର ଶୋଷଣ କରୁଛି ।

ମୋଦୀ ସରକାର ସ୍ଵାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁସାରେ ସ୍ଵାଧୀନତାର ୭୫ତମ ବର୍ଷ ପାଳନ କରୁଛନ୍ତି । ଜାନୁଆରି ୧ରୁ ୭ ତାରିଖ ପର୍ଯ୍ୟନ୍ତ ସରକାର ସବୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସୂର୍ଯ୍ୟ ନମସ୍କାର କରେଇବା ପାଇଁ ନିର୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର