ଗୀତା ଉପରେ ସଂସ୍କୃତ ପ୍ରବନ୍ଧ ଲେଖି ପ୍ରତିଯୋଗିତାରେ ବିଜୟୀ ହେଲେ ମୁସଲମାନ ବାଳକ

ଜୟପୁର: ଭଗବଦ୍‌ ଗୀତା ଉପରେ ପ୍ରବନ୍ଧ ଲେଖି ଜଣେ ୧୬ ବର୍ଷିୟ ମୁସଲମାନ ବାଳକ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି। ରାଜସ୍ଥାନର ରାଜଧାନୀରେ ଆୟୋଜିତ ଏହି ରାଜ୍ୟସ୍ଥରୀୟ ପ୍ରବନ୍ଧ ପ୍ରତିଯୋଗୀତାରେ ସଂସ୍କୃତ ଭାଷା ପ୍ରେମୀ ନଦୀମ ଖାଁ ଉତ୍ତମ ପ୍ରବନ୍ଧ ଲେଖିଥିଲେ।

ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ଗୀତା ଫେଷ୍ଟ୍‍ ଗତ ସୋମବାର ଦିନ ସରିଛି। ଗୀତାରୁ ଶ୍ଳୋକ ଆବୃତ୍ତି କରି ଅନ୍ୟ ଦୁଇଜଣ ମୁସଲମାନ ପିଲା ମଧ୍ୟ ଶୀର୍ଷ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜୟପୁରର ଜହୀନ୍‌ ନକ୍‌ବି ଏବଂ ପଞ୍ଚମ ଶ୍ରେଣୀରେ ପଢୁଥିବା ଜୋରାବିୟା ନାଗୋରି।

ବୁଧବାର ଦିନ ବିଜୟୀମାନଙ୍କୁ ପୁରସ୍କୃତ କରାଯିବ।

ଏକ ସରକାରୀ ସ୍କୁଲ୍‌ରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ର ଖାଁ ଜଣେ ଶ୍ରମିକର ପୁଅ। ଚତୁର୍ଥ ଶ୍ରେଣୀରେ ସଂସ୍କୃତ ଭାଷା ଶିଖିବା ସମୟରୁ ସେ ଭାଷା ତା’ର ଆଗ୍ରହ ବଢ଼ି ଚାଲିଥିଲା।

ଖାଁ କହନ୍ତି, ମୁଁ ଅନ୍ୟ ଭାଷାଗୁଡ଼ିକ ଅପେକ୍ଷା ସଂସ୍କୃତ ଭାଷାରେ ମୋର ଜ୍ଞାନ ଉତ୍ତମ। ସଂସ୍କୃତ କହିବାକୁ କ୍ୱଚିତ୍‌ ସୁଯୋଗ ପାଉଥିଲେ ମଧ୍ୟ ଏହାକୁ ମୁଁ ଅପରିଚିତ ଭାଷା ବୋଲି ମନେ କରେ ନାହିଁ। ଭାଷା ପ୍ରତି ଥିବା ମୋର ନିଷ୍ଠାକୁ ଏହି ପ୍ରତିଯୋଗୀତା ଅନୁଗ୍ରହୀତ କରିଛି।

ସଂସ୍କୃତ ଶ୍ରେଣୀରେ ମଧ୍ୟ ଶିକ୍ଷକ କଦବା କେମିତି ସଂସ୍କୃତ ଭାଷାରେ କଥା କହନ୍ତି। ସେମାନେ କେବଳ ସଂସ୍କୃତ ଲେଖିବା ନିମନ୍ତେ ଧ୍ୟାନ ଦେବାକୁ ଶିକ୍ଷକମାନେ କହନ୍ତି। ମୁଁ ଅନର୍ଗଳ ସଂସ୍କୃତ କହି ପାରେ ନାହିଁ।

କିନ୍ତୁ, ପୁରସ୍କାର ବିତରଣ ସଭାରେ ସେ ଯୋଗ ଦେଇ ପାରିବେ ନାହିଁ। ତାଙ୍କର ଗୋଟେ ପରୀକ୍ଷା ଅଛି। ପୁରସ୍କାର ଗ୍ରହଣ କରିବାକୁ ତାଙ୍କର ପିତାମାତା ଏବଂ ଜେଜିମା ଯିବେ।

ଫାଉଣ୍ଡେସନ୍‌ ତରଫରୁ ତିନିଟି ପ୍ରତିଯୋଗିତା ଆୟୋଜିତ ହୋଇଥାଏ- ଗୀତା ଉପରେ ପ୍ରବନ୍ଧ, ଗୀତା ଶ୍ଳୋକ ଆବୃତ୍ତି ଏବଂ ହସ୍ତଲିଖନ। ସମଗ୍ର ରାଜସ୍ଥାନର ୨୦୦ ସ୍କୁଲ୍‌ରୁ ପ୍ରାୟ ୮୦୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିଥିବା ତନବୀର ଅହମଦ ଝିଅ ଜହୀନଙ୍କ ବିଜୟ ସମ୍ପର୍କରେ କହନ୍ତି: ମୋ ଝିଅ କଠିନ ପରିଶ୍ରମ କରେ। ପ୍ରତି ଦିନ ସେ ଘଣ୍ଟା ଘଣ୍ଟା ଧରି ଗୀତାରୁ ଶ୍ଳୋକ ଘୋଷି ସେଗୁଡ଼ିକର ଉଚ୍ଚାରଣ ଆଦି ସ୍ପଷ୍ଟ କରେ। ଏଇଟା ଆମ ପାଇଁ ଗୌରବ।

ସମ୍ବନ୍ଧିତ ଖବର